ଓଡିଏମ୍ ପବ୍ଲିକ ସ୍କୁଲକୁ ଆଉ ଏକ ସଫଳତା । ୨୦୨୦ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ସ୍କଲାରସିପ୍ ପରୀକ୍ଷାରରେ ଓଡିଏମ୍ ପବ୍ଲିକ ସ୍କୁଲ ଛାତ୍ରଙ୍କ ବାଜିମାତ୍ ।

Advertisment
ଓଡିଏମ୍ ପବ୍ଲିକ ସ୍କୁଲକୁ ଆଉ ଏକ ସଫଳତା । ୨୦୨୦ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ସ୍କଲାରସିପ୍ ପରୀକ୍ଷାରରେ ଓଡିଏମ୍ ପବ୍ଲିକ ସ୍କୁଲ ଛାତ୍ରଙ୍କ ବାଜିମାତ୍ ।

କନକ ବ୍ୟୁରୋ: ଓଡିଏମ୍ ପବ୍ଲିକ ସ୍କୁଲକୁ ଆଉ ଏକ ସଫଳତା । (କେଭିପିୱାଇ) ବା କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ସ୍କଲାରସିପ୍ ୨୦୨୦ ପରୀକ୍ଷାର ଶୀର୍ଷ ସ୍ଥାନରେ ଓଡିଏମ୍ ପବ୍ଲିକ ସ୍କୁଲ । ତେବେ ଓଡିଏମ୍ ପବ୍ଲିକ ସ୍କୁଲର ୧୧ ଜଣ ଛାତ୍ର ଏହି ସ୍କଲାରସିପ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସବୁଠାରୁ ବଡ଼କଥା ହେଲା ଓଡିଏମ୍ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଶୀର ଛାତ୍ର ମାଷ୍ଟର ଶାଶ୍ୱତ ସାହୁ (ଏସ୍ ଏକ୍ସ) କାଟାଗୋରୀରେ ରାଜ୍ୟରେ ଟପ୍ପର ହୋଇଛନ୍ତି ।

publive-imageସେହିପରି ଓଡିଏମ୍ ପବ୍ଲିକ ସ୍କୁଲର ମାଷ୍ଟର ସୌମିକ ମଣ୍ଡଳ, ସୁରଜ ପତି, ଦେବାଶିଷ ପଣ୍ଡା, ଅଦ୍ୱିତ ବରୁଣ, ଆଦିତ୍ୟ କୁମାର, ଅନୁଭବ ମିଶ୍ର ଏବଂ ଚିରାଗ ନନ୍ଦଙ୍କ ଭଳି ଛାତ୍ର କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ସ୍କଲାରସିପ୍ ୨୦୨୦ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ ଓଡିଏମ୍ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଡକ୍ଟର ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶକ ଇନ୍ଦୁମତି ରାୟ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଛନ୍ତି । ସେହିପରି ନିଜ ପିଲାଙ୍କ ଏଭଳି ସଫଳତା ପାଇଁ ଅଭିଭାବକମାନେ ଓଡିଏମ୍ ପବ୍ଲିକ ସ୍କୁଲର ଶିକ୍ଷକମାନଙ୍କୁ ଉତ୍ସର୍ଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe