ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ଜଣେ କରୋନା ପଜଟିଭି ଚିହ୍ନଟ : ପଜିଟିଭ ଚିହ୍ନଟ ପରେ ସବୁ ଛାତ୍ରଛାତ୍ରୀଙ୍କ ହେବ କୋଭିଡ୍ ଟେଷ୍ଟ

107

କନକ ବ୍ୟୁରୋ : ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୱାନରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସବୁ ଛାତ୍ରଛାତ୍ରୀଙ୍କ ହେବ କୋଭିଡ ପରୀକ୍ଷା । ବିଏମସି ତରଫରୁ କ୍ୟାମ୍ପ କରାଯାଇ କୋଭିଡ ଟେଷ୍ଟ କରାଯିବ ।

ସେପଟେ ରେଭେନ୍ସାରେ ୨ ହଷ୍ଟେଲ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଆଜି ଓ ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଦେଇଛନ୍ତି । ଦୁଇ ହଷ୍ଟେଲରେ ଯେଉଁ ମହଲାରେ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି, ସେହି ମହଲାରୁ କାହାରିକୁ ବାହାରକୁ ଆସିବାକୁ କିମ୍ବା ଯିବାକୁ ଅନୁମତି ଦିଆଯାଉନାହିଁ ।