ସାମାନ୍ୟ ବିସ୍କୁଟ୍ ପାଇଁ ଗଲା ଜୀବନ ! ସପ୍ତମ ଶ୍ରେଣୀର ଛାତ୍ରକୁ ପିଟି ପିଟି ହତ୍ୟା କଲେ ବରିଷ୍ଠ ଛାତ୍ର ।

ସାମାନ୍ୟ ବିସ୍କୁଟ୍ ପାଇଁ ଗଲା ଜୀବନ ! ସପ୍ତମ ଶ୍ରେଣୀର ଛାତ୍ରକୁ ପିଟି ପିଟି ହତ୍ୟା କଲେ ବରିଷ୍ଠ ଛାତ୍ର ।

Times Now

ସପ୍ତମ ଶ୍ରେଣୀର ଜଣେ ଛାତ୍ର ଗୋଟିଏ ଦୋକାନରୁ ବିସ୍କୁଟ ପ୍ୟାକେଟ୍ ଚୋରି କଲା ବୋଲି ତାକୁ ପିଟି ପିଟି ମାରିଦେଲେ। ଉତ୍ତରାଖଣ୍ଡ ଡେରାଡୁନର ଏକ ବୋର୍ଡିଂ ସ୍କୁଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ପିଲାଟିକୁ ଉକ୍ତ ସ୍କୁଲର ଦୁଇ ସିନିୟର୍ ଛାତ୍ର ମିଶି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡକୁ ଚାପିବା ଲାଗି ସ୍କୁଲ କର୍ତ୍ତୃପକ୍ଷ ପିଲାଟିର ଶବକୁ ସ୍କୁଲ ପରିସରରେ ପୋତିଦେଇଥିଲେ। ଘଟଣା ପ୍ରଘଟ ହେବାପରେ ପୁଲିସ ଦୁଇ ଜଣ ଛାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।

publive-image

ଏହି ଛାତ୍ର ହତ୍ୟାକାଣ୍ଡ ମାର୍ଚ୍ଚ ୧୦ ରେ ହୋଇଥିଲେ ମଧ୍ୟ ଉତ୍ତରାଖଣ୍ଡର ଶିଶୁ ଅଧିକାର ସୁରକ୍ଷା କମିସନଙ୍କ ହସ୍ତକ୍ଷେପ ପରେ ହିଁ ମାମଲା ପଦାକୁ ଆସିଥିବା ଜଣାପଡିଛି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ ଛାତ୍ରମାନେ ବାହାରକୁ ବୁଲିବାକୁ ଯାଇଥିବା ବେଳେ ୧୨ ବର୍ଷର ଉକ୍ତ ଛାତ୍ର ଜଣକ ବିସ୍କୁଟ ଚୋରି କରିଥିବା ଜଣେ ଦୋକାନୀ ଅଭିଯୋଗ କରିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରମାନଙ୍କୁ ଦଣ୍ଡ ସ୍ବରୂପ ବାହାରକୁ ଯିବାକୁ ଆଉ ଅନୁମତି ଦେଇ ନଥିଲେ। ଫଳରେ ଉପର ଶ୍ରେଣୀର ଛାତ୍ରମାନେ ଉକ୍ତ ଛାତ୍ରଙ୍କୁ ସଂଘବଦ୍ଧ ହୋଇ କ୍ରିକେଟ ବ୍ୟାଟ୍ ଏବଂ ୱିକେଟରେ ବାଡ଼େଇଥିଲେ। ଏହାପରେ ତାକୁ ଥଣ୍ଡା ପାଣିରେ ଗାଧୋଇ ଖାଇବାକୁ ଦେଇଥିଲେ। ସେ ଖାଉଥିବା ବେଳେ ତାକୁ କ୍ୟାଣ୍ଟିନରେ ଛାଡ଼ି ପଳାଇଥିଲେ। ତେବେ ଖାଇବା ସମୟରେ ଉକ୍ତ ଛାତ୍ର ବାନ୍ତି କରିବାରୁ ତାକୁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

publive-image

ଘଟଣା ବିଷୟରେ ପୁଲିସକୁ ନ ଜଣାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରର ଶବକୁ ପୋତିଦେବା ଭଳି ସଂଗୀନ ଅପରାଧ କରି ଘଟଣାଟିକୁ ଚପାଇଦେବାକୁ ଚେଷ୍ଟା କରିଥିଲେ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ମଙ୍ଗଳବାର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏହି ମାମଲାରେ ଦୁଇ ଛାତ୍ର, ବିଦ୍ୟାଳୟ ପରିଚାଳକ, ୱାର୍ଡନ ଏବଂ ଖେଳ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe