ଅନ୍ଧବିଶ୍ୱାସ ଅନ୍ଧାରରେ କଲେଜ ଛାତ୍ରୀ ! ପୂଜାପାଠ ନାଁରେ ସହପାଠିନୀଙ୍କୁ କଲେ ହତ୍ୟା

92

କନକ ବ୍ୟୁରୋ : ଅନ୍ଧବିଶ୍ୱାସ ଅନ୍ଧାରରେ କଲେଜ ଛାତ୍ରୀ । ପୂଜାପାଠ ନାଁରେ ଦୁଇ ଜଣ କଲେଜ ଛାତ୍ରୀ ସେମାନଙ୍କ ଜଣେ ସହପାଠିନୀଙ୍କୁ ନିର୍ଯାତନା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସବୁଠୁ ବଡ କଥା ହେଉଛି ପରିବାର ଓ ଅନ୍ୟ ଲୋକଙ୍କ ସମ୍ମୁଖରେ ଏହି ଘଟଣା ଘଟିଛି । କିନ୍ତୁ ଏହି ଘଟଣାକୁ ନେଇ କେହି ପ୍ରତିବାଦ କରିନାହାନ୍ତି । ଝାରସୁଗୁଡା ଜିଲ୍ଲା ବିଜାପାଲି ଗାଁରେ ଗୁରୁତବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି ।

ସେହି ଗାଁରେ ଡୋଳାମଣି ଜୟପୁରିଆଙ୍କ ଘରେ ଶିବ ଗୁରୁ ପୂଜା ଆୟୋଜିତ ହୋଇଥିଲା ।ଏହି ପୂଜାରେ ଯୋଗଦେଇଥିଲେ ପଂଚଗା ମହିମା କଲେଜର ଯୁକ୍ତ ଦୁଇ ଛାତ୍ରୀ ସଂଯୁକ୍ତା ଜୟପୁରିଆ । ସଂଯୁକ୍ତାଙ୍କୁ ତାଙ୍କ ଦୁଇ ବାନ୍ଧବୀ ଡାକି ନେଇଥିଲେ । ଅନ୍ୟ ଦୁଇ ଛାତ୍ରୀ ନିଜକୁ ବ୍ରହ୍ମ ଓ ବିଷ୍ଣୁଙ୍କ ଅବତାର ବୋଲି କହି ଉନ୍ମତ ନୃତ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ସେମାନେ ସଂଯୁକ୍ତାଙ୍କ ମୁଣ୍ଡ ଚୁଟି ଟାଣି ତାଙ୍କୁ ବିଭିନ୍ନ ନିର୍ଯାତନା ଦେଇଥିଲେ । ଏପରିକି ତାଙ୍କ ଉପରେ ନାଚକୁଦ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-