ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବସ ଭିତରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ବସ କଣ୍ଡକ୍ଟରକୁ ଅଟକାଇ ମାଡ ମାରିଛନ୍ତି ଲୋକ

31

କନକ ବ୍ୟୁରୋ : ବସ ଭିତରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ତାହା ପୁଣି ଆଉ କେହି ନୁହେଁ, ଖୋଦ ବସ କଣ୍ଡକ୍ଟର ହିଁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଆସିଛି ଏପରି ଖବର । ରାଜା ନାମକ ଘରୋଇ ବସରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଛାତ୍ରୀ ଜଣକ କଟକରୁ ନିଜ ଘରକୁ ଫେରୁଥିବା ବସ ଭିତରେ ଭିଡର ସୁଯୋଗ ନେଇ କଣ୍ଡକ୍ଟର ତାଙ୍କୁ ଅସଦାଚରଣ କରିଥିଲେ । ପାଣିକୋଇଲି ଛକରେ ଛାତ୍ରୀ ଜଣକ ଓହ୍ଲାଇ ଯାଇ ନିଜ ସମ୍ପର୍କୀୟଙ୍କୁ ଫୋନ କରିଥିଲେ । ଫଳରେ ଶତାଧିକ ଲୋକ ନୀଳଗିରି-କପ୍ତିପଦା ରାସ୍ତାର ଚାପଲସାହି ଛକରେ ବସକୁ ଅଟକାଇ କଣ୍ଡକ୍ଟରକୁ ମାଡ ମାରିଛନ୍ତି । ଛାତ୍ରୀଜଣକ ଅନ୍ୟ ଏକ ବସରେ ଘଟଣାସ୍ଥଳରେ ପହଂଚିବା ପରେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ ହୋଇଥିଲା । ତେବେ ପୋଲିସ ପହଂଚି ଆହତ କଣ୍ଡକ୍ଟରକୁ ଉଦ୍ଧାର କରିବା ସହ ଛାନଭିନ ଚଳାଇଛି ।