ବିଜେପି ପ୍ରତିବାଦ : ହଇରାଣ ହରକତ ହେଉଛନ୍ତି ସାଧାରଣ ଲୋକ; ସଙ୍ଗୀତ ମହାବିଦ୍ୟାଳୟ ଗଲାବେଳେ ଛାତ୍ରୀଙ୍କୁ ଅଟକାଇଲା ପୋଲିସ

235

କନକ ବ୍ୟୁରୋ : ରାଜଧାନୀରେ ଆନ୍ଦୋଳନ ବେଳେ ଅଭାବନୀୟ ଘଟଣା । କିଛି ଛାତ୍ରୀମାନେ ସଙ୍ଗୀତ ମହାବିଦ୍ୟାଳୟ ଯିବାକୁ ଚାହୁଁଥିବା ବେଳେ ତାଙ୍କୁ ଯିବାକୁ ଦେଇନଥିଲେ ପୋଲିସ । ଜଣେ ପିଲାର ବାଇକରୁ ତେଲ ସରିଯାଇଥିବା ବେଳେ ବୋତଲରେ ପେଟ୍ରୋଲ ନେଇ ଫେରୁଥିଲେ । ହେଲେ ପୋଲିସ ପେଟ୍ରୋଲ ବୋତଲ ହାତରୁ ଛଡ଼େଇ ନେଇଥିଲା ।


ସେପଟେ ବିଜେପିର ଶୋଭାଯାତ୍ରାରେ ପୁଲିସର ଲାଠିଚାର୍ଜ । ଲୋୟର ପିଏମଜିରେ ଆଜି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ ପୁଲିସକୁ ଲାଠିମାଡ କରିବାକୁ ପଡିଛି । ମମିତା ମେହେର ପ୍ରସଙ୍ଗରେ ବିଧାନସଭା ପରେ ପ୍ରତିବାଦକୁ ଓହ୍ଲାଇଥିଲା ବିଜେପି । ବିଜେପି ଯୁବମୋର୍ଚାର କର୍ମୀମାନେ ଶୋଭାଯାତ୍ରା କରିବାବେଳେ ଲୋୟର ପିଏମଜିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁରା ଲୋୟର ପିଏମଜିକୁ ନିଜ କବଜାକୁ ନେଇଥିଲେ ବିଜେପି କର୍ମୀ । ପୁଲିସ ସହ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି ।

ପ୍ରତିବାଦ ଶୋଭାଯାତ୍ରାବେଳେ ଲୋୟର ପିଏମଜିରେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ବିଜେପି କର୍ମୀମାନେ ପୁଲିସ ଭ୍ୟାନକୁ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । ଏଥରେ ଆରଆରବି ଯବାନ ଓ କିଛି ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମୁଣ୍ଡ ଫାଟିଯାଇଛି । ମମିତା ପ୍ରସଙ୍ଗରେ ଶୋଭାଯାତ୍ରା କରି ବିଧାନସଭା ଘେରିବାକୁ ବିଜେପି ଯୁବ ମୋର୍ଚ୍ଚା ରାମ ମନ୍ଦିର ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପିଏମଜି ଅଭିମୁଖେ ଯାଇଥିଲେ । ଏହି ସମୟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ ।

ରାଜଧାନୀରେ ବିଜେଡି କରୁଛି ବାଇକ୍ ରାଲି । ଦରଦାମ ଏବଂ ବେକାରୀ ବୃଦ୍ଧିକୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେଡି । ଦଳର ଯୁବ, ଛାତ୍ର, ମହିଳା ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ ହୋଇଛି । ବିଜେଡି ମୁଖ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଛି ଦଳ । ଭୁବନେଶ୍ୱର ପାୱାରେ ହାଉସ ଛକ ନିକଟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଗଣଧାରଣା ଦିଆଯାଉଛି ।