ଏମଟେକ୍ ଛାତ୍ର ଅପହରଣ ମାମଲାରେ ଖିଅ ଖୋଜୁଛି ପୋଲିସ୍ : କାହିଁକି ଛାତ୍ର ଅନୁଜ ଝାଙ୍କୁ କିଡନାପ୍ କରାଯାଇଥିଲା

22

କନକ ବ୍ୟୁରୋ : ଦେବାଶିଷ ମୁଖାର୍ଜି । ଏମଟେକ୍ ଛାତ୍ର ଅପହରଣ ପଛର ମାଷ୍ଟର ମାଇଣ୍ଡ । ଅନୁଜ ଝାଙ୍କୁ ଅପହରଣ ପାଇଁ ଦେବାଶିଷ ହିଁ ରଚିଥିଲା ଷଡଯନ୍ତ୍ର । ସବୁଠୁ ବଡ କଥା ହେଉଛି ଏଥିପାଇଁ ସେ ମୋହରା କରିଥିଲା ତାର ପତ୍ନୀକୁ । ପତ୍ନୀଙ୍କୁ ଫୋନ୍ ଯୋଗେ ଅନୁଜ ସହ ସଂପର୍କ ବଢାଇବା କହିଥିଲା ଦେବାଶିଷ । ସୁନ୍ଦରୀ ପତ୍ନୀର ମାୟ ବାୟା କରି ଦେଇଥିଲା ଅନୁଜଙ୍କୁ । ଆଉ ଗୋଟିଏ ଇସାରାରେ ଅନୁଜ ପଂହଚି ଯାଇଥିଲେ ଜାଗମରା ଛକ ଏଟିଏମ୍ ନିକଟରେ ।

ଆରମ୍ଭ ହୋଇଥିଲା ଅପରେସନ୍ ବବଲି । ସ୍ତ୍ରୀ ବବଲିକୁ ଅସ୍ତ୍ର କରି ବଂଟି ଓରଫ ଦେବାଶିଷକୁ ନିଜ ଠିକଣାରେ ପାଇ ଯାଇଥିଲା । ଆଉ ଯୋଜନା ମୁତାବକ ଗୋଟିଏ ଟାଭେରା, ପଲସର ଓ ବୁଲେଟରେ ପ୍ରସ୍ତୁତ ଥିଲେ ଦେବାଶିଷର ସହେଯାଗୀ । ବନ୍ଧୁକ ମୁନରେ ଅନୁଜକୁ ଅପହରଣ କରି ନେଇଥିଲା ଏହି କିଡନାପର ।

ସିଟ୍ ବ୍ଲକିଙ୍ଗ ପାଇଁ ଏହି ଅପହରଣ ହୋଇ ପାରିଥାଏ ବୋଲି ପୁଲିସ ସନ୍ଦେହ କରୁଛି । ହେଲେ ଦେବାଶିଷ ୨୦ ଲକ୍ଷ ଟଙ୍କା ପାଇଁ ଅନୁଜର ମୁଣ୍ଡ ଜାମିନ ରଖିଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ହେଲେ ସୁନ୍ଦରୀ ବବଲି ଗିରଫ ହେଲା ପରେ ପୁରା ଘଟଣାର ଖୁଲାସା ହେବ ବୋଲି ପୁଲିସ କହିଛି ।