ଆଶ୍ରମ ସ୍କୁଲ ପାଚେରୀ ଡେଇଁ ଅଭିଯୋଗ ପାଇଁ ଗଲେ ଛାତ୍ର । ୨୦ କିଲୋମିଟର ଚାଲି ଚାଲି ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଲେ ।

163

କନକ ବ୍ୟୁରୋ: ଅଭିଯୋଗ କରିବା ପାଇଁ ପାଚେରୀ ଡେଇଁ ଚାଲିଲେ ୨୦ କିଲୋମିଟର ଚାଲିଲେ ଛାତ୍ର । ରାଇସିଙ୍ଗା ଆଶ୍ରମ ସ୍କୁଲର ଅବ୍ୟବସ୍ଥା ସର୍ମ୍ପକରେ ଅଭିଯୋଗ କରିବା ପାଇଁ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଛନ୍ତି ରାଇସିଙ୍ଗା ଆଶ୍ରମ ସ୍କୁଲ ଛାତ୍ର । ଆଶ୍ରମ ସ୍କୁଲର ପଂଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪ଜଣ ଛାତ୍ର ଭୋର ୩ଟା ବେଳେ ପାଚେରୀ ଡେଇଁ ଚାଲି ଚାଲି ୨୦ କିଲୋମିଟର ଆସିବା ପରେ ସେଠାରୁ ପୁଣି ବସ୍ ଯୋଗେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି ଛାତ୍ର । ଆଶ୍ରମ ସ୍କୁଲରେ ଠିକ୍ ଭାବରେ ପାଠ ପପଢ଼ା ଯାଉନଥଇବା ସହ ଖାଦ୍ୟ ମଧ୍ୟ ଠିକ୍ ଭାବେ ଦିଆ ଯାଉନଥିବା ଅଭିଯୋଗ କରିଛନ୍ତି ଛାତ୍ର ।