ସରାଙ୍ଗ IGIT କଲେଜରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ । ଗଣ୍ଡଗୋଳରେ ୫ ଛାତ୍ର ଆହତ, ମେଡିକାଲରେ ଭର୍ତ୍ତି

Advertisment
ସରାଙ୍ଗ IGIT କଲେଜରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ । ଗଣ୍ଡଗୋଳରେ ୫ ଛାତ୍ର ଆହତ, ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ସରାଙ୍ଗସ୍ଥିତ ଆଇଜିଆଇଟି କଲେଜରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ ଘଟିବାରୁ ୫ଜଣ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

publive-image

ଗତ ସନ୍ଧ୍ୟାରେ ବିଟେକ୍ ଦ୍ୱିତୀୟ ବାର୍ଷିକ ଏବଂ ତୃତୀୟ ବାର୍ଷିକର କେତେକ ଛାତ୍ରଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହାର ଆପୋସ ସମାଧାନ ପାଇଁ କିଛି ଚତୁର୍ଥ ବାର୍ଷିକ ଛାତ୍ର ତୃତୀୟ ବାର୍ଷିକ ଛାତ୍ରମାନଙ୍କୁ ବୁଝାଶୁଝା କରିବାକୁ ଯାଇ ବିଫଳ ହୋଇଥିଲେ। ବିଳମ୍ବିତ ରାତ୍ରୀରେ କିଛି ଦ୍ୱିତୀୟ ଓ ଚତୁର୍ଥ ବାର୍ଷିକ ଛାତ୍ର ତୃତୀୟ ବାର୍ଷିକ ଛାତ୍ର ରହୁଥିବା ଭାସ୍କର ଭବନ ଛାତ୍ରାବାସରେ ପ୍ରବେଶ କରି ଭଙ୍ଗାରୁଜା ଆରମ୍ଭ କରିଥିଲେ। ଏଥିଯୋଗୁଁ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା।

publive-image

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଉଭୟ ଛାତ୍ରଗୋଷ୍ଠୀଙ୍କୁ ବସାଇ ଆଲୋଚନା ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe