ସିଲଟିଗୁଡା ଡ୍ୟାମରେ ବୁଡି ଛାତ୍ର ନିଖୋଜ । ଖୋଜୁଛି ଅଗ୍ନିଶମ ବାହିନୀ ।

80

କନକ ବ୍ୟୁରୋ: ରାୟଗଡ଼ା ସଦର ବ୍ଲକ ସିଲଟିଗୁଡା ଡ୍ୟାମରେ ବୁଡି ଛାତ୍ର ନିଖୋଜ । ରାୟଗଡ଼ା ସାଇପ୍ରିୟା ନଗରର ୧୯ ବର୍ଷିୟ ଚୈତନ୍ୟ କୁମାର ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ସେ ତାଙ୍କ ସାଙ୍ଗଙ୍କ ସହ ଡ୍ୟାମକୁ ଭୋଜି କରିବାକୁ ଯାଇଥିଲେ । ଅନ୍ୟ ସାଙ୍ଗମାନେ କ୍ରିକେଟ ଖେଳୁଥିବା ବେଳେ ସେ ଡ୍ୟାମରେ ପହଁରୁଥିଲେ । ସାଙ୍ଗମାନେ ଡ୍ୟାମରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚିି ଖୋଜାଖୋଜି ଆରମ୍ଭ କରିଛି । ସ୍ଥାନୀୟ ତହସିଲଦାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିିଛନ୍ତି ।