ଗଣିତରେ ଶୂନ ରଖିଲେ, ବ୍ୟାଙ୍କ ଅଫିସର ହେଲେ । ନିଯୁକ୍ତି ଦେଲା ଏସବିଆଇ

ଗଣିତରେ ଶୂନ ରଖିଲେ, ବ୍ୟାଙ୍କ ଅଫିସର ହେଲେ । ନିଯୁକ୍ତି ଦେଲା ଏସବିଆଇ

source: aajtak.intoday.in

ବେଳେବେଳେ ଭାଗ୍ୟ ମଣିଷକୁ ସଫଳତାର ଶୀର୍ଷରେ ପହଂଚାଇଥାଏ । ଅନେକ ଛାତ୍ରଛାତ୍ରୀ ଦିନରାତି ଏକ କରି କଠୋର ପରିଶ୍ରମ କରି ବ୍ୟାଙ୍କରେ ଚାକିରୀ ପାଇବା ଚେଷ୍ଟା କରିଥାନ୍ତି । କେତେକ ନିଜ ଲକ୍ଷ୍ୟରେ ସଫଳ ହୁଅନ୍ତି ଆଉ କିଛି ଛାତ୍ରଛାତ୍ରୀଙ୍କ ଆଶାଆଶାରେ ରହିଯାଏ ।ମାତ୍ର ଏବେ ଏସବିଆଇ ବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ବିରଳ ଘଟଣା ନଜରକୁ ଆସିଛି ।ଯାହା ଆପଣଙ୍କ ନିଦ ହଜାଇଦେବ । ଶୂନ ନମ୍ବର ରଖି ଏସବିଆଇରେ ଚାକିରି ପାଇଛନ୍ତି ଜଣେ ଛାତ୍ର ତାହା ପୁଣି ଅଫିସର ରାଙ୍କରେ ।

ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ଖବର ଅନୁସାରେ,ବ୍ୟାଙ୍କର ନିଯୁକ୍ତି ପ୍ରକ୍ରିୟାରେ କିଛି ତ୍ରୁଟି ଥିବା ସାମନାକୁ ଆସିଛି ।ଗଣିତରେ ଶୂନ ରଖି ଏସବିଆଇ ପିଓ ଭାବେ ଯୋଗ ଦେଇଛନ୍ତି । ଏହି ଘଟଣା ଜଣାପଡିବା ପରେ ଏସବିଆଇ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାଜୋର ।ଏହାକୁ ନେଇ କିଛି ଛାତ୍ରଛାତ୍ରୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସୌଜନ୍ୟ: ଆଜତକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe