କନକ ବ୍ୟୁରୋ: ରାଜରାସ୍ତା ଉପରେ ପରୀକ୍ଷା । ମୟୂରଭଂଜ ମୋରଡାରେ ବିଜେପି ବନ୍ଦ ପାଳନ ବେଳେ କଲେଜ ଅଧ୍ୟକ୍ଷଙ୍କୁ ବିଜେପି କର୍ମୀଙ୍କ ଦୁର୍ବ୍ୟବହାରର ପ୍ରତିବାଦ କରି ରାସ୍ତା ଉପରେ ବସି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ମୋରଡାର ଏକ ଘରୋଇ ଇଂଜିନିୟରିଂ କଲେଜକୁ ବନ୍ଦ କରିବା ପାଇଁ ଦାବି କରିଥିଲେ ଆନ୍ଦୋଳନକାରୀ । ହେଲେ ଛାତ୍ରଛାତ୍ରୀଙ୍କ ଇଂଟରନାଲ ପରୀକ୍ଷା ଚାଲିଥିବାରୁ କଲେଜ ବନ୍ଦ କରିବା ପାଇଁ ମନା କରିଥିଲେ କଲେଜ କର୍ତୃପକ୍ଷ ।
ଏହାପରେ ମୋରଡା ବ୍ଲକ ବିଜେପି କର୍ମୀ ମାନେ କଲେଜ ଅଧ୍ୟକ୍ଷ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ୬୧ ନମ୍ବର ରାଜ୍ୟ ରାଜପଥରେ ଶହଶହ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଗତକାଲି ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ମୋରଡା ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଂଚି ବୁଝାସୁଝା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Screen-shot-2018-09-08-at-4.39.33-PM-300x175.png)