ଶ୍ରମିକଙ୍କୁ ମିଳୁନଥିଲା ଜାତି ପ୍ରମାଣପତ୍ର .. ୧୮୦ ଫୁଟର ଟାୱାର୍ ଉପରେ ଚଢିଲେ , ରାତିସାରା ପ୍ରଶାସନର ନାକେଦମ୍ କଲେ ..  

76

ପୁଅର ଜାତି ପ୍ରମାଣପତ୍ର ଏବଂ ହକ୍ ର ଟଙ୍କା ନ ମିଳିବାରୁ ଟାୱାରରେ ଚଢିଲା ପୀଡ଼ିତ ପିତା । ପୁଲିସର ଅନେକ ପ୍ରୟାସ ପରେ ମଧ୍ୟ ତଳକୁ ନ ଓହ୍ଲାଇବାରୁ ମାମଲା ତହସିଲଦାରଙ୍କ କାନକୁ ଗଲା । ତହସିଲଦାର୍ ଜାତି ପ୍ରମାଣପତ୍ର ହାତରେ ଧରି ଟାୱାର ତଳେ ପହଂଚିବାରୁ ଯାଇ ବ୍ୟକ୍ତିଜଣକ ତଳକୁ ଓହ୍ଲାଇଲେ ।

 

ପୀଡ଼ିତ ବ୍ୟକ୍ତିଜଣକ ଜଣେ ଶ୍ରମିକ ଏବଂ ତାଙ୍କର ୪ ଟି ସନ୍ତାନ ଅଛନ୍ତି । ବଡ଼ ପୁଅ ଲବେଶ୍ ଦ୍ୱାଦଶ ପାସ୍ କରି ସେନାରେ ଭର୍ତ୍ତି ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଲବେଶ୍ ଓବିସି ଜାତି ପ୍ରମାଣପତ୍ର କରିବା ପାଇଁ ଆବେଦନ କରିଥିଲେ କିନ୍ତୁ ବିନା ଲାଞ୍ଚରେ ପ୍ରମାଣପତ୍ରରେ ଦସ୍ତଖତ କରିବାକୁ ମନା କରିଦେଇଥିଲେ ଅଧିକାରୀ । ୨ ଥର ଏହି କାଗଜପତ୍ରକୁ ରିଜେକ୍ଟ କରିଦିଆଗଲା । ୨୦ ହଜାର ଟଙ୍କା ନଦେଲେ ପ୍ରମାଣପତ୍ର ହୋଇପାରିବନାହିଁ ବୋଲି ଶ୍ରମିକ ପରିବାରକୁ ସିଧା ସିଧା କହିଥିଲେ ଅଧିକାରୀ । ଏଥିରେ ଚିନ୍ତାଗ୍ରସ୍ତ ହୋଇ ଅଧରାତିରେ ବ୍ୟକ୍ତିଜଣକ ପାଖରେ ଥିବା ୧୮୦ ଫୁଟ୍ ଉଚ୍ଚ ମୋବାଇଲ୍ ଟାୱାର୍ ଉପରେ ଚଢିଯାଇଥିଲେ ଏବଂ ପୁଲିସକୁ ନିଜେ ଫୋନ୍ କରି ସୂଚନା ଦେଇଥିଲେ । ପୁଲିସ୍ ସଙ୍ଗେ ସଙ୍ଗେ ଉକ୍ତ ଜାଗାରେ ପହଂଚିବା ବେଳକୁ ଗାଁଲୋକ ଟାୱାର୍ ତଳେ ରୁଣ୍ଡ ହୋଇଯାଇଥିଲେ ।

ପୁଲିସ୍ ପ୍ରୟାସରେ ବିଫଳ ହେବାରୁ ବାଧ୍ୟ ହୋଇ ତହସିଲଦାରଙ୍କୁ ଏନେଇ ସୂଚନା ଦିଆଗଲା । ଉକ୍ତ ସ୍ଥାନରେ ତହସିଲଦାର୍ ପହଂଚି ବ୍ୟକ୍ତିଜଣଙ୍କୁ ବୁଝାଇଥିଲେ କିନ୍ତୁ ବିନା ପ୍ରମାଣପତ୍ରରେ ସେ ଟାୱାରରୁ ଓହ୍ଲାଇବେ ନାହିଁ ବୋଲି କହିଥିଲେ । ସଙ୍ଗେ ସଙ୍ଗେ ତହସିଲଦାର୍ ଜାତି ପ୍ରମାଣପତ୍ର ପ୍ରସ୍ତୁତ କରି ବ୍ୟକ୍ତିଙ୍କୁ ତଳକୁ ଓହ୍ଲାଇବାକୁ ଗୁହାରୀ କରିଥିଲେ । ସକାଳ ୭.୩୦ ରେ ଶ୍ରୀନିବାସ ଟାୱାର୍ ତଳକୁ ଆସିଥିଲେ । ଯେଉଁ ପ୍ରମାଣପତ୍ର ୨ ମାସ ଧରି ଅଫିସ୍ ଦୌଡ଼ି ଦୌଡ଼ି ହୋଇପାରୁନଥିଲା ତାହା ଶ୍ରୀନିବାସଙ୍କ ଟାୱାର୍ ଉପରେ ଚଢିବା କ୍ଷଣି ୨ ଘଣ୍ଟାରେ ହୋଇଗଲା । କେବଳ ଏତିକି ନୁହଁ ପୁରା ପ୍ରଶାସନ ପାଖକୁ ଆସି ପ୍ରମାଣପତ୍ର ଦେଇଗଲା ।