କନକ ବ୍ୟୁରୋ : ଗଞ୍ଜାମ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଛାତ୍ରୀ ବୁଡିଯିବା ଘଟଣା । ଉଦ୍ଧାର କାମରେ ଏୟାରକ୍ରାପ୍ଟ ନିୟୋଯିତ । ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ମଝି ସମୁଦ୍ର ଭିତରେ ଏୟାରକ୍ରାପ୍ଟ ପଇଁନ୍ତରା ମାରୁଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ୫ଜଣ ସାଙ୍ଗ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ୨ଜଣ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ମୃତ ଛାତ୍ରୀ ଜଣଙ୍କ ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ ।
ନିଖୋଜ ଛାତ୍ରୀ ଜଣଙ୍କ ହେଲେ ଶେରଗଡ଼ର ପ୍ରଜ୍ଞାରାଣୀ ତ୍ରିପାଠୀ । ଯାତ୍ରା ଦେଖିବା ପାଇଁ ମାମୁଁଘରକୁ ଯାଇଥିବା ବେଳେ ଆଜି ସକାଳୁ ୫ ଜଣ ସାଙ୍ଗ ମିଶି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ସମୁଦ୍ରରେ ୫ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଥିଲେ । ୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ ଛାତ୍ରୀ ଭାସିଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/ukmjhu7jtm.jpg)