କନକ ବ୍ୟୁରୋ: ଭୁବନେଶ୍ୱର ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀରେ ବୁଡ଼ି ଛାତ୍ର ମୃତ । ବରମୁଣ୍ଡା ମ୍ୟୁନିସିପାଲ କର୍ପୋରେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ ପୋଖରୀରୁ ବୁଡ଼ି ଯିବାରୁ ତାଙ୍କ ମୃତ୍ୟୁ ହୋଇଛି । ବଳିଆ ବାବା ଆଶ୍ରମରେ ରହି ଓମ୍ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଆଜି ଓମ୍ ତାଙ୍କ ୩ଜଣ ସାଙ୍ଗଙ୍କ ସହ ମିଶି ସ୍କୁଲ ନଯାଇ ଗାଧୋଇବା ପାଇଁ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିରକୁ ଯାଇଥିଲେ । ହଠାତ୍ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ । ଆଜି ସ୍କୁଲରେ ଗାନ୍ଧୀ ଜୟନ୍ତୀ ନେଇ ଆୟୋଜନ କରାଯାଇଥିଲା, ହେଲେ ଓମ୍ ଓ ତାଙ୍କ ସାଙ୍ଗମାନେ ସ୍କୁଲ ନଯାଇ ପୋଖରୀକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us