ଓଡ଼ିଶାର ବରପୁତ୍ର  ବିଜୁ ବାବୁଙ୍କୁ ବି ଛାଡିଲେନି । ରିଲ୍ସ ବନାଇବାକୁ ଷ୍ଟାଚ୍ୟୁରୁ ଚଷମା ନେଇ ପିନ୍ଧିଲେ, ପୋଜ୍ ଦେଲେ ରାଜନଗର ଛାତ୍ର । 

239

କନକ ବ୍ୟୁରୋ: ଓଡ଼ିଶାର ବରପୁତ୍ର ଙ୍କୁ ବି ଛାଡ଼ିଲେନି । ରିଲ୍ସ କରିବାର ସବୁ ସୀମା ଟପିଗଲେ ଯୁବକ । କେନ୍ଦ୍ରାପଡ଼ା ରାଜନଗରର ଜଣେ ଛାତ୍ର ବିଜୁବାବୁଙ୍କ ଷ୍ଟାଚ୍ୟୁ ସହିତ ରିଲସ୍ କରୁଥିବାର ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।  ଛାତ୍ର ଜଣଙ୍କ ହେଉଛନ୍ତି ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଆଜାଦ କୁମାର ଦାସ । ବିଜୁ ବାବୁଙ୍କ ଷ୍ଟାଚ୍ୟୁରେ ଥିବା ଚଷମାରେ ବିଭିନ୍ନ ପୋଜ ଦେବା ସହ ତାଙ୍କ କାନ୍ଧରେ ହାତ ପକାଇ ରିଲସ୍ କରୁଛନ୍ତି ଯୁବକ ଜଣଙ୍କ । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।