କନକ ବ୍ୟୁରୋ: ଓଡ଼ିଶାର ବରପୁତ୍ର ଙ୍କୁ ବି ଛାଡ଼ିଲେନି । ରିଲ୍ସ କରିବାର ସବୁ ସୀମା ଟପିଗଲେ ଯୁବକ । କେନ୍ଦ୍ରାପଡ଼ା ରାଜନଗରର ଜଣେ ଛାତ୍ର ବିଜୁବାବୁଙ୍କ ଷ୍ଟାଚ୍ୟୁ ସହିତ ରିଲସ୍ କରୁଥିବାର ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଛାତ୍ର ଜଣଙ୍କ ହେଉଛନ୍ତି ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଆଜାଦ କୁମାର ଦାସ । ବିଜୁ ବାବୁଙ୍କ ଷ୍ଟାଚ୍ୟୁରେ ଥିବା ଚଷମାରେ ବିଭିନ୍ନ ପୋଜ ଦେବା ସହ ତାଙ୍କ କାନ୍ଧରେ ହାତ ପକାଇ ରିଲସ୍ କରୁଛନ୍ତି ଯୁବକ ଜଣଙ୍କ । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଓଡ଼ିଶାର ବରପୁତ୍ର ବିଜୁ ବାବୁଙ୍କୁ ବି ଛାଡିଲେନି । ରିଲ୍ସ ବନାଇବାକୁ ଷ୍ଟାଚ୍ୟୁରୁ ଚଷମା ନେଇ ପିନ୍ଧିଲେ, ପୋଜ୍ ଦେଲେ ରାଜନଗର ଛାତ୍ର ।
/kanak/media/post_attachments/wp-content/uploads/2023/12/111111.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)