ଡ୍ରେନରେ ପଡି ଛାତ୍ରୀ ମୃତ୍ୟୁ ଘଟଣା : ମେୟର ଓ କମିଶନରଙ୍କୁ ଘେରି ଉତ୍ତର ମାଗିଲେ କଂଗ୍ରେସ କର୍ମୀ

161

କନକ ବ୍ୟୁରୋ : ଡ୍ରେନରେ ପଡି ଛାତ୍ରୀ ମୃତ୍ୟୁ ଘଟଣାରେ କଟକ ମେୟରଙ୍କୁ ଘେରିଲେ କଂଗ୍ରେସ କର୍ମୀ । ପ୍ରବଳ ହୋହଲ୍ଲା ଓ ଯୁକ୍ତିତର୍କ ଭିତରେ କଟକ ମେୟର ସୁବାଷ ସିଂହ ଓ କମିଶନରଙ୍କୁ ଘେରି ଉତ୍ତର ମାଗିଲେ କଂଗ୍ରେସର ମହିଳା ନେତ୍ରୀ । ଗତକାଲି ବକ୍ସ ଡ୍ରେନରେ ପଡି ଗମାଡିଆର ନାବାଳିକା ମୃତ୍ୟୁ ପରେ ଆଜି ନାବାଳିକାଙ୍କ ପରିବାରକୁ ଭେଟିବାକୁ ଯାଇଥିବାବେଳେ ଏଭଳି ଉତେଜନପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି

। ଏହି ଘଟଣାରେ ପ୍ରଶାସନର ବେପରୁଆ ଏବଂ ଦାୟିତ୍ୱହୀନ କାର୍ଯ୍ୟକୁ ଦାୟୀ କରିବା ସହ ମେୟର ସୁବାଷ ସିଂହଙ୍କୁ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ବେଶ କିଛି ସମୟ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା । ସେପଟେ ବକ୍ସଡ୍ରେନ୍ ପାଇପ୍ରେ ଚାପି ହୋଇ ମୃତ୍ୟୁବରଣ କରିଥିବା ନାବାଳିକା ଏନ୍ ମୋହିନୀ ଦାସଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମେୟର । ସବୁ ବିଭାଗକୁ ନେଇ ମେୟରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନାବାଳିକାଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମେୟର ସୁବାଷ ସିଂହ ।