ଅନଲାଇନ୍ କ୍ଲାସ ହେଲା କାଳ । ମୋବାଇଲ ଫାଟି ଚାଲିଗଲା ଛାତ୍ରଙ୍କ ଜୀବନ ।

928

କନକ ବ୍ୟୁରୋ: ଚାଲିଥିଲା ଅନଲାଇନ୍ କ୍ଲାସ୍ । ଲଗାତାର କ୍ଲାସ ଯୋଗୁଁ ମୋବାଇଲରୁ ଚାର୍ଜ ସରିଯାଇଥିଲା । ହେଲେ ଅନ୍ୟ କ୍ଲାସ ଥିବାରୁ ମୋବାଇଲକୁ ଚାର୍ଜରେ ବସାଇ ଛାତ୍ର ଜଣକ କରୁଥିଲେ କ୍ଲାସ୍ । ଏହି ସମୟରେ ଅଚାନକ ଫାଟିଥିଲା ମୋବାଇଲ । ଏହି ନିଆଁରେ ଛାତ୍ର ଜଣଙ୍କର ପୋଷାକରେ ନିଆଁ ଲାଗିଯିବାରୁ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଏଥିରେ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ତାଙ୍କର ମୃତ୍ୟୁ ହୋଇଛି ।

 

ଏହି ଘଟଣା ଭିଏତନାମର । ‘ ଦ ସନ୍ ୟୁକେ’ର ରିପୋର୍ଟ ମୁତାବକ କରୋନା ଯୋଗୁଁ ସ୍କୁଲ ଗୁଡିକ ବନ୍ଦ ରହିଥିବାରୁ ଏବେ ଅନଲାଇନ୍ କ୍ଲାସ୍ ଚାଲିଛି । ୧୧ ବର୍ଷର ଛାତ୍ର ଏହି କ୍ଲାସ ନେଉଥିଲା । ମଙ୍ଗଳବାର ମୋବାଇଲରୁ ଚାର୍ଜ ସରିଯିବାରୁ ମୋବାଇଲକୁ ଚାର୍ଜରେ ବସାଇ କାନରେ ଇଅର ଫୋନ ଦେଇ କ୍ଲାସ୍ ଆଟେଣ୍ଡ କରୁଥିଲେ । ଏହି ସମୟରେ ମୋବାଇଲ ଫାଯି ତାଙ୍କ ପୋଷାକରେ ନିଆଁ ଲାଗିଯିବାରୁ ଗୁରୁତର ଭାବେ ପୋଡିଯାଇଥିଲେ ଛାତ୍ର ଜଣକ । ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।

ପୋଲିସର କହିବା ଅନୁସାରେ ଭିଏତନାମର ଦାନ୍ ଜିଲ୍ଲାରେ ସମସ୍ତ ସ୍କୁଲ ଖୋଲିଯାଇଥିବାବେଳେ ସପ୍ତାହକୁ କିଛି ଦିନ ଅନଲାଇନ୍ କ୍ଲାସ୍ ହେଉଛି । ଏହି ଛାତ୍ର ଜଣକ ମଧ୍ୟ ଅନଲାଇନ୍ ଆଟେଣ୍ଡ କରୁଥିଲା ।