ମହାନଦୀରେ ବୁଡି ଚାଲିଗଲା ଜୀବନ । ଯୋବ୍ରା ବ୍ୟାରେଜରେ ସନ୍ତରଣ ପ୍ରଶିକ୍ଷଣ ହେଲା କାଳ । ବୋଟରୁ ଖସିପଡ଼ିଲେ ଛାତ୍ର ।

Advertisment
ମହାନଦୀରେ ବୁଡି ଚାଲିଗଲା ଜୀବନ । ଯୋବ୍ରା ବ୍ୟାରେଜରେ ସନ୍ତରଣ ପ୍ରଶିକ୍ଷଣ ହେଲା କାଳ । ବୋଟରୁ ଖସିପଡ଼ିଲେ ଛାତ୍ର ।

କନକ ବ୍ୟୁରୋ: ଯୋବ୍ରା ବ୍ୟାରେଜରେ ସନ୍ତରଣ ପ୍ରଶିକ୍ଷଣ ହେଲା କାଳ । ଟ୍ରେନିଂ ବେଳେ ବୋଟରୁ ଖସିପଡ଼ି ମହାନଦୀରେ ବୁଡ଼ିଗଲେ ଯୁବକ । ଅଗ୍ନିଶମ ବାହିନୀ, ପୋଲିସର ଖୋଜାଖୋଜି ପରେ ମିଳିଲା ମୃତଦେହ । ମହାନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହେଲା । ମୃତ ଛାତ୍ର ଜଣଙ୍କ ହେଲେ ଜଗତପୁର ଏଲଏନଏସ କଲେଜର ସୋହେଲ ଖାଁ ।

ତେବେ ଟ୍ରେନିଂ ବେଳେ ଅଘଟଣ ପରେ ପୋଲିସ ପ୍ରଶିକ୍ଷକଙ୍କୁ ଅଟକ ରଖିଛି । ପ୍ରଶିକ୍ଷଣ ବେଳେ ଏତେ ବଡ଼ ଅଘଟଣ କେମିତି ଘଟିଲା ତାକୁ ନେଇ ପଚରାଉଚରା କରିବ ପୋଲିସ । ପ୍ରଶିକ୍ଷଣ ବେଳେ ଆବଶ୍ୟକୀୟ ସୁରକ୍ଷା ଗ୍ରହଣ କରାଯାଇଥିଲା କି ନାହିଁ ତାକୁ ନେଇ ପଚରାଉଚରା ହେବ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe