କନକ ବ୍ୟୁରୋ: ଯୋବ୍ରା ବ୍ୟାରେଜରେ ସନ୍ତରଣ ପ୍ରଶିକ୍ଷଣ ହେଲା କାଳ । ଟ୍ରେନିଂ ବେଳେ ବୋଟରୁ ଖସିପଡ଼ି ମହାନଦୀରେ ବୁଡ଼ିଗଲେ ଯୁବକ । ଅଗ୍ନିଶମ ବାହିନୀ, ପୋଲିସର ଖୋଜାଖୋଜି ପରେ ମିଳିଲା ମୃତଦେହ । ମହାନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହେଲା । ମୃତ ଛାତ୍ର ଜଣଙ୍କ ହେଲେ ଜଗତପୁର ଏଲଏନଏସ କଲେଜର ସୋହେଲ ଖାଁ ।
ତେବେ ଟ୍ରେନିଂ ବେଳେ ଅଘଟଣ ପରେ ପୋଲିସ ପ୍ରଶିକ୍ଷକଙ୍କୁ ଅଟକ ରଖିଛି । ପ୍ରଶିକ୍ଷଣ ବେଳେ ଏତେ ବଡ଼ ଅଘଟଣ କେମିତି ଘଟିଲା ତାକୁ ନେଇ ପଚରାଉଚରା କରିବ ପୋଲିସ । ପ୍ରଶିକ୍ଷଣ ବେଳେ ଆବଶ୍ୟକୀୟ ସୁରକ୍ଷା ଗ୍ରହଣ କରାଯାଇଥିଲା କି ନାହିଁ ତାକୁ ନେଇ ପଚରାଉଚରା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/32-7.jpg)