କନକ ବ୍ୟୁରୋ : ଅପମାନ ସହି ନ ପାରି ବିଷ ପିଇଲେ ଛାତ୍ର । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଭୋଜପୁର କଲେଜରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳକ ଛାତ୍ରକୁ ଜଣେ ଅବସରପ୍ରାପ୍ତ ଅଧ୍ୟାପକ କଲେଜ ଶ୍ରେଣୀ କୋଠରୀରୁ ଡ଼ାକି ମାଡ଼ ମାରିବା ପରେ ଛାତ୍ର ଜଣକ ଅପମାନ ସହି ନ ପାରି ବିଷ ପିଇଛନ୍ତି । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କୁଚିଣ୍ଡା ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ନାବାଳକ ଛାତ୍ର ଜଣକ ମାସକୁ ୧୩ ଶହ ଟଙ୍କା ସୁଧରେ ଅଧ୍ୟାପକଙ୍କ ଠାରୁ ୧୦ ହଜାର ଟଙ୍କା ଧାର ନେଇଥିଲେ । ଏକ ମାସର ପ୍ରଥମ ଦିନ ହେବା ପରେ ସୁଧ ଟଙ୍କା ନ ଦେବାରୁ ଅବସରପ୍ରାପ୍ତ ଅଧ୍ୟାପକ କଲେଜ ପରିସରରେ ପଶି ଛାତ୍ରଙ୍କୁ ମାଡ଼ ମାରିଥିବା ପରିବାର ପକ୍ଷରୁ କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଠାରୁ ଏନେଇ କୈାଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/26.jpg)