ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ : କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା, ୨୨ ପ୍ଲାଟୁନ ଫୋର୍ସ ମୁତୟନ

57

କନକ ବ୍ୟୁରୋ : ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଛି ଛାତ୍ର କଂଗ୍ରେସ । ଏହି ଘେରାଉରେ ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଏବଂ କର୍ମକର୍ତ୍ତା ଅଂଶ ଗ୍ରହଣ କରିଛନ୍ତି । କଂଗ୍ରେସ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ନବୀନ ନିବାସକୁ ଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଛି । ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

ସେପଟେ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ପରିବାରକୁ ଭେଟିଛନ୍ତି । ବିଜେପି ଟିମ୍ ମମିତାଙ୍କ ପରିବାରକୁ ଭେଟିବା ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତିି । ସୂଚନା ଅନୁଯାୟୀ, ଏହି ଟିମ୍ ସ୍ଥାନୀୟ ଲୋକ ଓ ପୁଲିସ ପ୍ରଶାସନ ସହ ମଧ୍ୟ ମମିତା ମୃତ୍ୟୁ ଘଟଣା ଓ କଲେଜ କେଳେଙ୍କାରୀ ଘଟଣା ଉପରେ ଆଲୋଚନା କରିବେ ।

ଏହାପରେ ମହାଲିଙ୍ଗ କଲେଜ ଓ ମୃତଦେହ ଉଦ୍ଧାର ହୋଇଥିବା ଷ୍ଟାଡିୟମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, ବିଧାୟକ ମୋହନ ମାଝୀ , ବିଧାୟକ ମୁକେଶ ମହାଲିଙ୍ଗଙ୍କ ସମେତ ଦଳର କିଛି ବରିଷ୍ଠ ନେତା ଯାଇଛନ୍ତି ।