ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ଛାତ୍ର କଂଗ୍ରେସର ବିକ୍ଷୋଭ। ଡିସିପି ଅଫିସ ଘେରିଲେ ଶତାଧିକ ଛାତ୍ର କଂଗ୍ରେସ କର୍ମୀ।

ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ଛାତ୍ର କଂଗ୍ରେସର ବିକ୍ଷୋଭ। ଡିସିପି ଅଫିସ ଘେରିଲେ ଶତାଧିକ ଛାତ୍ର କଂଗ୍ରେସ କର୍ମୀ।

କନକ ବ୍ୟୁରୋ: ମଞ୍ଚେଶ୍ୱର ଥାନା ଆଇଆଇସି ସୁଧୀର ସାହୁଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ବିକ୍ଷୋଭ କରିଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ଡିସିପି ଘେରାଉ କରାଯାଇଛି । ଡିସିପି ଅଫିସ ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୩ ଦିନ ତଳେ ଚକେଇସିଆଣିରେ ଏକ ଫାଷ୍ଟଫୁଡ଼ ଦୋକାନୀଙ୍କୁ ମାଡ଼ ମରାଯିବା ସହ ବଟି ଆଦାୟ ପାଇଁ ଆକ୍ରମଣ ଘଟଣାରେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ ।

ଥାନାରେ ୨୪ ଘଂଟାରୁ ଅଧିକ ସମୟ ରଖି ଶାରୀିକ ନିର୍ଯ୍ୟାତନା ଦିଆଯାଇଥିବା କହିଛି ଛାତ୍ର କଂଗ୍ରେସ । ଏହି ଆକ୍ରମଣ ଘଟଣାରେ ଜଣେ ପୁଲିସ ମିତ୍ରଙ୍କ ସମ୍ପୃକ୍ତି ଥିବା ବେଳେ ତାଙ୍କୁ ପୁଲିସ ଗରିଫ କରୁନଥିବା ଛାତ୍ର କଂଗ୍ରେସ ସଭାପତି ୟାଶୀର ନାୱାଜ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe