ସତ୍ୟନଗରରେ ଶଶ୍ମାନରେ ଛାତ୍ର କଂଗ୍ରେସ ଲଗାଇଲା ମୋଦି ଓ ନବୀନଙ୍କ ପୋଷ୍ଟର । ଦଳ କହିଲା, ଯଦି ଟିକାକରଣ କେନ୍ଦ୍ରରେ ଫଟୋ ଲାଗିବ, ତେବେ ଶଶ୍ମାନରେ କାହିଁକି ନୁହେଁ । 

327

କନକ ବ୍ୟୁରୋ : ସତ୍ୟନଗର ଶ୍ମଶାନରେ  ଲାଗିଲା ମୋଦି ଓ ନବୀନଙ୍କ ପୋଷ୍ଟର । ଟିକା  ପ୍ରମାଣପତ୍ରରେ  ଫଟୋ ରହିବା ନେଇ ଚାଲିଥିବା ରାଜନୀତିର ପ୍ରତିବାଦ କରି ଛାତ୍ର କଂଗ୍ରେସ ପକ୍ଷରୁ ଏଭଳି  ପୋଷ୍ଟର ଲଗାଯାଇଛି  ।  ଦଳ ଅଭିଯୋଗ କରିଛି,  କୋଭିଡ ସମୟରେ  ସ୍ୱାସ୍ଥ୍ୟସେବାକୁ  ଗୁରୁତ୍ୱ ନ ଦେଇ  ଫଟୋ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜନୀତି କରୁଛନ୍ତି ।  ଯଦି ଟିକାକରଣରେ ଫଟୋ ଲାଗିବ ତାହାହେଲେ ମୃତ୍ୟୁ ପାଇଁ  ବି ଉଭୟ ସରକାର ଦାୟୀ ବୋଲି କହିଛି କଂଗ୍ରେସ  ଯଦି ଟିକାକରଣ କେନ୍ଦ୍ରରେ ଫଟୋ ଲାଗିବ ତାହାହେଲେ ଶ୍ମଶାନରେ କାହିଁକି ଫଟୋ ଲାଗିବନାହିଁ ବୋଲି  ଦଳ କହିଛି ।

ଅନ୍ୟପଟେ କରୋନା ଟିକାକରଣ କେନ୍ଦ୍ରରେ ଫୋଟକୁ ନେଇ ବିଜେଡି-ବିଜେପି ମଧ୍ୟରେ ବିବାଦ ଥମୁନି । ଆଜି ବାଲେଶ୍ୱର ଷ୍ଟେସନରେ ଛକ ନିକଟରେ ଥିବା ଗାନ୍ଧୀ ସ୍ମୃତି ଭବନ ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୁସିଂକାର୍ଡ ବଂଟନ କରାଯାଉଥିଲା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଟିକାକେନ୍ଦ୍ର ପରିଦର୍ଶନ କରିବା ବେଳେ ଏହାକୁ ନେଇ ଉତେଜନା ଦେଖାଦେଇଛି । ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୁସିଂ କାର୍ଡକୁ ଚିରିଦେବା ସହ ପୁଳାପୁଳା ପୁସିଂ କାର୍ଡ ଫିଙ୍ଗି ପ୍ରତିବାଦ ଜଣାଇଛନ୍ତି । ଏପଟେ ଟିକାକରଣ କେନ୍ଦ୍ରରେ ଫୋଟକୁ ନେଇ ବିଜେପି ଓ ବିଜେଡି ସାଂସଦଙ୍କ ମଧ୍ୟରେ ଟୁଇଟ୍ କଳି ଦେଖିବାକୁ ମିଳିଛି ।  ସେପଟେ କଂଗ୍ରେସ ଫଟୋ ରାଜନୀତିକୁ ବିଶ୍ୱାସ କରେ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ।