କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ରାଜ୍ୟ ସରକାରଙ୍କ ନୂଆ ଓଡିଶା, ନବୀନ ଓଡିଶାକୁ ବିରୋଧ କରିଛି କଂଗ୍ରେସ । ମହର୍ଷି କଲେଜ କ୍ୟାମ୍ପସରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷ, ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋ ଲଗାଇଲା ଛାତ୍ର କଂଗ୍ରେସ । ଆଗକୁ ନିର୍ବାଚନ ଆସୁଥିବାରୁ ଏଭଳି କାର୍ଯ୍ୟକ୍ରମ ଜରିଆରେ କଲେଜ କ୍ୟାମ୍ପସରେ ବିଜେଡି ଦଳୀୟ ପ୍ରଚାର କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ତେଣୁ ଏହାକୁ ବିରୋଧ କରି ରାଜ୍ୟର ସବୁ କଲେଜରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ମୁହଁ ଉପରେ ମହାପୁରୁଷ ଓ ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋ ଲଗାଇବ ବୋଲି କହିଛି ଛାତ୍ର କଂଗ୍ରେସ ।
କଲେଜ କ୍ୟାମ୍ପସରେ ଛାତ୍ର କଂଗ୍ରେସର ପ୍ରତିବାଦ । ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ ।
/kanak/media/post_attachments/wp-content/uploads/2024/01/Screen-Shot-2024-01-18-at-3.15.57-PM.jpg)