ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଛାତ୍ର କଂଗ୍ରେସର ଅଣ୍ଡାମାଡ । କହିଲେ, ଆଗକୁ କାଳିମାଡ କରିବୁ, ବିଧାନସଭାରେ ପୂରାଇ ଦେବୁନି । ଜାଣନ୍ତୁ କଣ ହୋଇଥିଲା ପୂରା ଘଟଣା?

Advertisment
ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଛାତ୍ର କଂଗ୍ରେସର ଅଣ୍ଡାମାଡ । କହିଲେ, ଆଗକୁ କାଳିମାଡ କରିବୁ, ବିଧାନସଭାରେ ପୂରାଇ ଦେବୁନି । ଜାଣନ୍ତୁ କଣ ହୋଇଥିଲା ପୂରା ଘଟଣା?

କନକ ବ୍ୟୁରୋ : ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଅଣ୍ଡା ମାଡ କରିଛି ଛାତ୍ର କଂଗ୍ରେସ। ବିଗତ ୫ ତାରିଖରେ ଧ୍ରୁବ ସାହୁଙ୍କ ବିରୋଧରେ ରାଜନଗରରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ତାଙ୍କ ଇସାରାରେ ୧୦୦ ଲୋକ ଆସି ସଂପୃକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲେ ଏବଂ ତା ସହିତ ଆଇନ ମଧ୍ୟ ହାତକୁ ନେବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ।

ରାଜନଗରରେ ଧ୍ରୁବ ଯେଉଁ ଗୁଣ୍ଡାଗିରି କରିଛନ୍ତି ତାର ଜବାବ ଭୁବନେଶ୍ୱରରେ ଦିଆଯିବ ବୋଲି କହିଛି କଂଗ୍ରେସ। କେବଳ ଅଣ୍ଡାମାଡ ନୁହେଁ ବରଂ ଧ୍ରୁବଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି । ଏପରିକି ଆଗକୁ ହେବାକୁ ଥିବା ବିଧାନସଭା ଅଧିବେଶନରେ ତାଙ୍କୁ ବିଧାନସଭାରେ ପଶିବାକୁ ଦିଆଯିବ ନାହିଁ । ସମସ୍ତ ସ୍ଥାନରେ ତାଙ୍କୁ ଜୋରଦାର ବିରୋଧ କରାଯିବା ସହ କାଳିମାଡ କରିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ ।

ଭିତରକନିକା ଜଙ୍ଗଲ ଜମିରେ ଗଢି ଉଠିଥିବା ଏକ ନିର୍ଦ୍ଦିଷ୍ଟ ହୋଟେଲରେ ଧ୍ରୁବଙ୍କ ପୃଷ୍ଠପୋଷକତା ରହିଥିବା ଅଭିଯୋଗ ଆଣି ପୂର୍ବରୁ ରାଜନଗରରେ ବିକ୍ଷୋଭ କରିଥିଲା ଛାତ୍ର କଂଗ୍ରେସ । କିନ୍ତୁ ଛାତ୍ରକଂଗ୍ରେସର ଏହି ବିକ୍ଷୋଭକୁ ଲୋକ ପଠାଇ ଭଣ୍ଡୁର କରିବାକୁ ଧ୍ରୁବ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ରାଜନଗରର ଏହି ନିଆଁ ଭୁବନେଶ୍ୱରରେ ପହଞ୍ଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe