କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ଖରାପ ହେବାରୁ ସୁଇସାଇଡ଼ ନୋଟ ଲେଖି ଛାତ୍ରଙ୍କ ଆତ୍ମହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି କ୍ୟାମ୍ପସରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । କ୍ୟାମ୍ପସରେ ଥିବା କ୍ୱାଟର୍ସରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ଜଣଙ୍କ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ । ଅବିନାଶଙ୍କ ବାପା ଆନନ୍ଦ ଚନ୍ଦ୍ର ପ୍ରଧାନ ଆଇଜିଆଇଟି କଲେଜରେ ଲ୍ୟାବ ଆସିଷ୍ଟାଂଟ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ସପରିବାର ପରଜଙ୍ଗ ଥାନା ବାରିହାପୁର ଗାଁ ଛାଡି ସରାଙ୍ଗ ଆଇଜିଆଇଟି କ୍ୟାମ୍ପସରେ ରହୁଛନ୍ତି ।
ଛାତ୍ର ଜଣଙ୍କ ନିଜ ସୁଇସାଇଡ଼ ନୋଟରେ ପରୀକ୍ଷା ଖରାପ ହେବାରୁ ଆତ୍ମହତ୍ୟା କରିଥିବା ଲେଖିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା ମାଆ ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି । ତେବେ ଛାତ୍ରଙ୍କ ଏହି ସୁଇସାଇଡ୍ ନୋଟକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ପରିବାର ଲୋକେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ପରଜଙ୍ଗ ପୋଲିସ ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।
ଛାତ୍ର ଜଣକ ସୁଇସାଇଟ ନୋଟରେ ଲେଖିଛନ୍ତି,
ମା’ ଓ ବାପା,
ମୁଁ ତୁମ ଦୁହିଁଙ୍କୁ ଛାଡି ଦୂରକୁ ଯାଉଛି । ହେଇପାରେ କି ଏହି କଥା ତୁମକୁ ଦୁଃଖ ଦେଇପାରେ । କିନ୍ତୁ ମୋ ପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ମୁଁ ଆନୁଆଲ୍ ଏକଜାମରେ ୯୦ ପ୍ରତିଶତ ଆଣିବା ପାଇଁ ପ୍ରସ୍ତୁତ ଥିଲି । ମୁଁ ମ୍ୟାଥ୍, ଫିଜିକ୍ସରେ ନିହାତି ଭଲ କରିବାର ଆଶା ରଖିଥିଲି । ହେଲେ ଦୁର୍ଭାଗ୍ୟବଶତଃ କେମେଷ୍ଟ୍ରି ପଢିନଥିଲି । କେମେଷ୍ଟ୍ରିରେ ଖରାପ ହେଲେ ମୋର ଆଗକୁ ଏକଜାମ ଖରାପ ହେବ ବୋଲି ମୁଁ ଏହି ପଦକ୍ଷେପ ନେଉଛି । ମୀରା ନାନୀ ତୁମ୍ଭମାନଙ୍କର ଭବିଷ୍ୟତରେ ଦେଖାଶୁଣା କରିବ ବୋଲି ଆଶା । ମୁଁ କୌଣସି ଅସତ୍ ଉପାୟ ଅବଲମ୍ବନ କରି କିମ୍ବା କପି କରି କୌଣସି ଏକଜାମରେ ଉତୀର୍ଣ୍ଣ ହୋଇନାହିଁ । ତେଣୁ ମୁଁ ଚିଟିଂ କରି ଭଲ ନମ୍ବର ଆଣିପାରିବି ନାହିଁ । ହୋଇପାରିବ ଯଦି ମୋତେ କ୍ଷମା କରିଦେବ ।.. ମୋ ପରି ୯୦ ପ୍ରତିଶତ ମାର୍କ ରଖିପାରୁନଥିବା ପିଲାର ବଂଚିବାର କୌଣସି ଅଧିକାର ନାହିଁ । ମୋ ବାପା ଓ ମାଆ ମୋତେ ୯୦ ପ୍ରତିଶତ ଆଣିବା ପାଇଁ ବାଧ୍ୟ କରି ନାହାନ୍ତି ବରଂ ମୋର ବିବେକ କହିଛି । ମୋ ସୁଇସାଇଡ୍ ପାଇଁ କେହି ଦାୟୀ ନୁହେଁ । ବାପାଙ୍କୁ ମୋର ଏତିକି ଅନୁରୋଧ କି ମା’ ଓ ନାନୀ ସହ ଭଲରେ ଗୋଟିଏ ପରିବାର ପରି ସବୁବେଳେ ରହିବେ । ମୋର ପ୍ରିୟ ବନ୍ଧୁଗଣଙ୍କୁ ମଧ୍ୟ ମୋର ବିଦାୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/10-13.jpg)