ସ୍କୁଲ ଫି ଦେଇନପାରିବାରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ: ମାଲକାନଗିରିର ଏମଭି-୬୨ ଗାଁରୁ ଆସିଲା ହୃଦୟ ବିଦାରକ ଖବର

ଛାତ୍ରୀ ନିବାସ ପଛପଟ ଏକ ଗଛରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

123

କନକ ବ୍ୟୁରୋ: ସ୍କୁଲ ଫି ଦେଇନପାରିବାରୁ ଜୀବନ ହାରିଦେଲେ ଛାତ୍ରୀ । ଏପରି ଦୁଃଖଦ ଖବର ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୬୨ ଗାଁରୁ । ସ୍ଥାନୀୟ ଏମଭି-୬୮ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ଫି ଦେଇନପାରି ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଏମଭି-୬୨ ଗାଁର ବାଧଇ ଭକ୍ତଙ୍କ ଝିଅ ଆରତୀ ।

ସ୍କୁଲ ଫି ଦେବା ପାଇଁ ସମସ୍ତ ପିଲାଙ୍କୁ କୁହାଯାଇଥିଲା । ଏନେଇ ଆରତୀ ଘରେ ଜଣାଇବା ପରେ ଫି ଟଙ୍କା ପରେ ଦେବେ ବୋଲି କହିଥିଲେ । ଏଥିରେ ନିରାଶ ହୋଇ କଇଲମେଟା ଗାଁର ସରକାରୀ ଛାତ୍ରୀ ନିବାସ ପଛପଟୁ ଚାଲି ଯାଇ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘରେ ସ୍କୁଲ ଫି ନଦେବାରୁ ଛାତ୍ରୀ ଜଣକ ଏପରି କଠୋର ନିଷ୍ପତି ନେବା ଘଟଣା ଅଂଚଳକୁ ଶୋକାକୁଳ କରିପକାଇଛି ।