କନକ ବ୍ୟୁରୋ: ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ ପରେ ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ରୀ । ଏଭଳି ଏକ ଅଭାବନୀୟ ଖବର ଆସିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପଦ୍ମପୁର ଅଞ୍ଚଳରୁ । ଝିଅ ଆତ୍ମହତ୍ୟା କରିବା ପରେ ତାଙ୍କୁ ନିର୍ଯାତନା ଦେଉଥିବା ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ଓ ମାଆ । ସୂଚନା ଅନୁସାରେ ଏକତରଫା ପ୍ରେମ କରି ବିଫଳ ହେବା ପରେ ଜଣେ ଯୁବକ, ତାଙ୍କ ଭାଇ ଓ ବାପା ମିଶି ଝିଅଟିକୁ ବାରମ୍ବାର ହଇରାଣ କରୁଥିଲେ । ଏନେଇ ନିରାକାରପୁର ଥାନାରେ ଅଭିଯୋଗ ହୋଇଥିଲା । ହେଲେ, ଲୋକଲଜ୍ଜାକୁ ଭୟ କରି ପୋଲିସ ଉପସ୍ଥିତିରେ ମାମଲାର ଆପୋଷ ସମାଧାନ କରିଥିଲେ । ଯୁବକ ଓ ତାଙ୍କ ପରବାର ଆଗକୁ ଆଉ ସେମିତି କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ହେଲେ, ପୁଣି ହଇରାଣ କରିବା ସହ ଝିଅର କିଛି ଅଶ୍ଳୀଳ ଫଟୋକୁ ଭାଇରାଲ କରିଦେଇଥିଲେ ଯୁବକ । ଗତକାଲି ମଧ୍ୟ ଯୁବତୀଙ୍କ ଘର ସମ୍ମୁଖକୁ ଆସି ହତ୍ୟା ଧମକ ଦେଇଥିଲେ । ଏସିଡ ପକାଇ ପୋଡି ଦେବାକୁ କହିଥିଲେ । ଯାହା ସହିନପାରି ଚରମ ଝିଅଟି ନିଷ୍ପତି ନେଇଛନ୍ତି । ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତ ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।
ଅଶ୍ଳୀଳ ଭିଡିଓ ଭାଇରାଲ ପରେ ଲୋକଲଜ୍ଜା ଭୟରେ ଛାତ୍ରୀଙ୍କ ଆତ୍ମହତ୍ୟା। ଥାନାରେ ଅଭିଯୋଗ କଲେ ମୃତ ଯୁବତୀଙ୍କ ପରିବାର।
/kanak/media/post_attachments/wp-content/uploads/2022/10/hdhdhd-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)