କରୋନାର ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶକୁ ଅନେକ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ବ୍ୟବସାୟଠୁ ଆରମ୍ଭ କରି ବିଦ୍ୟା ପର୍ଯ୍ୟନ୍ତ ସବୁକିଛି ଯେଭଳି ଶୂନ୍ ହୋଇ ରହିଯାଇଛି । କରୋନା ମୁକାବିଲା ପାଇଁ ସରକାର ଅନେକ ପ୍ରକାର ନିୟମ , କଟକଣା ମଧ୍ୟ ଲଗାଇଛନ୍ତି । ଯାହାର ପ୍ରଭାବ ସବୁକ୍ଷେତ୍ରରେ ପଡ଼ିଛି । ଶିକ୍ଷାକ୍ଷେତ୍ରରେ ମଧ୍ୟ କରୋନା କଟକଣାର ବଡ଼ ପ୍ରଭାବ ପଡ଼ିଛି । ସମ୍ପୁର୍ଣ୍ଣ ଶିକ୍ଷାଗ୍ରହଣର ପଦ୍ଧତିକୁ ବଦଳାଇ ରଖିଦେଇଛି କରୋନା ।
ଏବେ ଶ୍ରେଣୀଗୃହର ସ୍ଥାନ ନେଇଛି ଅନଲାଇନ୍ କ୍ଲାସ୍ । ହେଲେ ଏହି ଆଧୁନିକସ୍ତରୀୟ ଶିକ୍ଷା ବି ମୁଣ୍ଡବ୍ୟଥାର କାରଣ ପାଲଟିଛି । ସହରରେ ନେଟୱାର୍କ ଅସୁବିଧା ନଥିଲେ ହେଁ ସହରଠାରୁ ଅଳ୍ପ ଦୂରକୁ ଗଲେ ଏନେଇ ସମସ୍ୟା ଦେଖାଯାଉଛି । ପାଠ ପଢିବା ପାଇଁ କିଏ ପାହାଡ଼ ଉପରକୁ ଚଢୁଛି ତ ଆଉ କିଏ ଗଛ ଉପରକୁ । କେହି କେହି ପାଣିଟାଙ୍କିକୁ ଷ୍ଟଡ଼ିଟେବୁଲ୍ କରି ସାରିଛନ୍ତି । ଏଭଳି ଅନେକ ସମସ୍ୟା ଭିତରେ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲୁରହିଛି ।
ଏବେ ଏହି ଖବର ହିଁ ଦେଖିନିଅନ୍ତୁ । ରାଜସ୍ଥାନର ବାଡ଼ମେର୍ ଗାଁର ହରିଶ୍ ପ୍ରତିଦିନ ପାହାଡ଼ର ଶିଖରକୁ ଚଢନ୍ତି , ଉଦ୍ଧେଶ୍ୟ ଗୋଟିଏ କିଭଳି ଅନଲାଇନ୍ କ୍ଲାସରେ ଯୋଗ ଦେବେ । ଜବାହାର ନବୋଦୟ ବିଦ୍ୟାଳୟର ଏହି ଛାତ୍ର ୩ ମାସ ହେଲାଣି ସକାଳ ୮ ଟାରୁ ୨ ଟା ପର୍ଯ୍ୟନ୍ତ ପାହାଡ଼ ଉପରେ ରହି ପାଠ ପଢିଥାନ୍ତି । ସେ ପାହାଡ଼ ଉପରେ ହିଁ ଚଉକି ଟେବୁଲ୍ ରଖି ଅନଲାଇନ୍ କ୍ଲାସ୍ କରନ୍ତି । ଏଭଳି ଅନେକ ଦୃ୍ଷ୍ଟାନ୍ତ ରହିଛି ଯେଉଁଠି ଛାତ୍ରଛାତ୍ରୀ ପାଖରେ ଲାପଟପ୍ କି କମ୍ପ୍ୟୁଟର ନାହିଁ । ସ୍ମାର୍ଟଫୋନ୍ ଥିଲେ ବି ନେଟୱାର୍କର ଅଭାବ । ଯେଉଁଥିପାଇଁ ପାଠ ପଢିବା ପାଇଁ ହନ୍ତସନ୍ତ ହେଉଛନ୍ତି ଛାତ୍ରଛାତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/07/5-23.jpg)
/kanak/media/post_attachments/wp-content/uploads/2020/07/sdsd-300x226.jpg)
/kanak/media/post_attachments/wp-content/uploads/2020/07/resize-1594810675455781670studentstrugle1_202007457322-300x225.jpg)
/kanak/media/post_attachments/wp-content/uploads/2020/07/gfjm-300x231.jpg)