ନବୀନ ନିବାସରେ ଛାତ୍ର ବିଜେଡି ନେତା । ନିର୍ବାଚନ ରଣନୀତି ନେଇ ସୁପ୍ରିମୋଙ୍କ ସହ ଆଲୋଚନା ।

203

କନକ ବ୍ୟୁରୋ: ଛାତ୍ର ବିଜେଡି ନେତାଙ୍କୁ ନବୀନ ନିବାସ ଡାକରା । ବିଜେଡି ସୁପ୍ରିମୋ ଓ ଫାଇଭ୍-ଟି ଅଧ୍ୟକ୍ଷଙ୍କୁ ଭେଟିବେ ଛାତ୍ର ବିଜେଡି ନେତା । ଗତକାଲି ଛାତ୍ର ବିଜେଡି ପକ୍ଷରୁ ଶଙ୍ଖ ଭବନରେ ନିର୍ବାଚନ ପ୍ରସ୍ତୁତି ବୈଠକ ହୋଇଥିଲା । ବୈଠକରେ ସ୍ଥିର ହୋଇଥିବା କାର୍ଯ୍ୟପନ୍ଥା ଆଜି ଉପସ୍ଥାପନ କରିବେ । ଏହା ସହ ନିର୍ବାଚନ ବିଜୟ ରଣନୀତି ସମ୍ପର୍କରେ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ । ବୈଠକରେ ଦେବୀ ରଞ୍ଜନ ତ୍ରିପାଠୀ ଓ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଅଛନ୍ତି ।