ମଧ୍ୟାହ୍ନ ଭୋଜନରେ ଭାତ ବଦଳରେ ମିଳୁଛି ଚୁଡା । ସେପଟେ ଖାଦ୍ୟ ମିଳୁନଥିବାରୁ ସ୍କୁଲକୁ ଆସୁନାହାନ୍ତି ପିଲା

Advertisment
ମଧ୍ୟାହ୍ନ ଭୋଜନରେ ଭାତ ବଦଳରେ ମିଳୁଛି ଚୁଡା । ସେପଟେ ଖାଦ୍ୟ ମିଳୁନଥିବାରୁ ସ୍କୁଲକୁ ଆସୁନାହାନ୍ତି ପିଲା

କନକ ବ୍ୟୁରୋ : ଚାଉଳ ନାହିଁ। ମଧ୍ୟାହ୍ନଭୋଜନ ବନ୍ଦ। ଚୁଡ଼ା ଖାଉଛନ୍ତି ସ୍କୁଲ ପିଲା। ଏଭଳି ଏକ ବିଚିତ୍ର ଘଟଣା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅନ୍ତର୍ଗତ ଶଙ୍କରୀପ୍ରସାଦ ଓ ବାଲିଚତୁରୀ କ୍ଲଷ୍ଟରରେ ଦେଖିବାକୁ ମିଳିଛି। ଏହି ଦୁଇ କ୍ଲଷ୍ଟର ଗଲା ଚାରି ଦିନ ହେବ ପ୍ରାୟ ୧୨ଟି ସ୍କୁଲରେ ଚାଉଳ ଅଭାବରୁ ମଧ୍ୟାହ୍ନ ଭୋଜନ ବନ୍ଦ ହେଇଯାଇଛି। ହେଲେ ଏଥିପ୍ରତି ନା ବ୍ଲକ୍ ଶିକ୍ଷାଧିକାରୀ ନା ସଂପୃକ୍ତ ସ୍କୁଲ ଶିକ୍ଷକ କେହି ବି ଦୃଷ୍ଟି ଦେଉନାହାନ୍ତି। ଫଳରେ ମଧ୍ୟାହ୍ନ ଭୋଜନ ହେଉନଥିବାରୁ ପିଲାମାନେ ଆସୁନଥିବା ଖୋଦ୍ ପ୍ରଧାନ ଶିକ୍ଷକ ସ୍ବୀକାର କରୁଛନ୍ତି। ଉଲ୍ଲେଖଯୋଗ୍ୟ, ସ୍କୁଲ ପ୍ରତି ପିଲାଙ୍କୁ ଆକୃଷ୍ଟ ତଥା ଉପସ୍ଥାନ ବୃଦ୍ଧି ପାଇଁ ସରକାର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ହେଲେ ଏହି ଦୁଇ କ୍ଲଷ୍ଟରରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଉଦାହରଣ ଭାବେ ଶଙ୍କରୀପ୍ରସାଦ କ୍ଲଷ୍ଟର ମଙ୍ଗରାଜପୁର ପ୍ରାଥମିକ ସ୍କୁଲକୁ ନିଆଯାଉ। ଏଠାରେ ପ୍ରାୟ ୨୫୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। କିନ୍ତୁ ମଧ୍ୟାହ୍ନ ଭୋଜନ କାରଣରୁ ୫୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ଆସିନଥିବା ଜଣାପଡିଛି।

publive-imageପିଲାମାନଙ୍କୁ ଭାତ ବଦଳରେ ଚୁଡ଼ା ଦିଆଯାଉଥିବା ପ୍ରଧାନଶିକ୍ଷକ ରବିନ୍ଦ୍ର ଦେହୁରୀ କହିଛନ୍ତି। ସମାନ ଅବସ୍ଥା ଅନ୍ୟ ଦୁଇ କ୍ଲଷ୍ଟର୍ ଅଧିନରେ ଥିବା ସ୍କୁଲରେ ବି ଦେଖିବାକୁ ମିଳିଥିବା ବେଳେ ବିଭାଗୀୟ କର୍ତୃପକ୍ଷ ଏ ଦିଗରେ ତ୍ବରିତ ପଦକ୍ଷେପ ନେବା ପରିବର୍ତେ ହାତବାନ୍ଧି ବସିବା ଘଟଣା ଅଭିଭାବକଙ୍କ ମହଲରେ ଅସନ୍ତୋଷର କାରଣ ପାଲଟିଲାଣି। କିନ୍ତୁ କେବେ ଚାଉଳ ଆସିବ ଆଉ ସ୍କଲରେ ରନ୍ଧା ହେବ, ସେ ସଂପର୍କରେ କେହି ବି ସଠିକ୍ ଉତ୍ତର ଦେଉନାହାନ୍ତି। ବ୍ଲକ୍ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ଦାଶ ମଧ୍ୟାହ୍ନ ଭୋଜନ ସମସ୍ୟା ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଥିବା କହି ନିଜ ଉତ୍ତରଦାୟିତ୍ବ ଖସାଇ ଦେଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ ମଧ୍ୟାହ୍ନ ଭୋଜନ ବନ୍ଦ ଘଟଣାକୁ ପ୍ରଥମେ ଫାଙ୍କି ଦେଇଥିଲେ। କିନ୍ତୁ ପରେ ଦିନେ ଦୁଇଦିନ ଭିତରେ ଚାଉଳ ବିଦ୍ୟାଳୟଗୁଡ଼ିକୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe