ଲୋକସେବା ଭବନକୁ ଘେରାଉ ପାଇଁ ଯିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି : ଗାନ୍ଧୀ ମାର୍ଗରେ ଠେଲାପେଲା; ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

Advertisment
ଲୋକସେବା ଭବନକୁ ଘେରାଉ ପାଇଁ ଯିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି : ଗାନ୍ଧୀ ମାର୍ଗରେ ଠେଲାପେଲା; ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

କନକ ବ୍ୟୁରୋ : ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି । ପୁଲିସ ବ୍ୟାରିକେଡ କରି ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ପଦଯାତ୍ରା ବାହାରି ଲୋକସେବା ଭବନ ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ ଗାନ୍ଧୀ ମାର୍ଗରେ ଏମାନଙ୍କୁ ଅଟକାଇଥିଲା । ଘଟଣାସ୍ଥଳରେ ଉତେଜନା ଦେଖାଦେଇଥିଲା । ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୁଲିସ । ଯଥାଶୀଘ୍ର ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ଦାବି କରିଛି କଂଗ୍ରେସ । ଯେବେ ଯାଏ ତୈଳ ଦର କମ ନକରାଯାଇଛି ,ସେତେବେଳ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe