କନକ ବ୍ୟୁରୋ : ଶିକ୍ଷକଙ୍କ ବଦଳିକୁ ବିରୋଧ କରି ବିଦ୍ୟାଳୟ ରେ ତାଲା ପକାଇଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଦାଣ୍ଡି ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଚିତ୍ର । ସ୍କୁଲର ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ପାଖାପାଖି ୭୦ ରୁ ୮୦ ଜଣ ପିଲା ଥିବା ବେଳେ ତିନି ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିଲେ ।

Advertisment

କିନ୍ତୁ ତିନି ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ଜଣେ ଶିକ୍ଷକଙ୍କର ଅନ୍ୟତ୍ର ବଦଳିକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଫଳରେ ସେମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଶିକ୍ଷକଙ୍କ ବଦଳି ଯୋଗୁଁ ପାଠପଢା ବ୍ୟାଘାତ ହେଉଥିବା ଅଭିଯୋଗ ହୋଇଛି । ବଦଳିକୁ ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ର ଛାତ୍ରୀ ଏବଂ ଅଭିଭାବକ ।