କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଉତେଜନା । ହଷ୍ଟେଲ ସାମ୍ନାରେ ଧାରଣାରେ ବସିଛନ୍ତି ଛାତ୍ର । ସୂଚନା ଅନୁସାରେ, ଡିଡିସି ପ୍ରେସ ବିଲ୍ଡିଂ ପାଖରେ ନିମ୍ନମାନର କାମକୁ ନେଇ ଠିକାଦାର ଓ ଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ନିମ୍ନମାନର କାମକୁ ନେଇ ଛାତ୍ରମାନେ ପ୍ରଶ୍ନ ଉଠାଇବାରୁ ହାଉସିଂ ବୋର୍ଡ ଜେଇଇ ଓ କଂଟ୍ରୋଲର ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ସହିଦ ନଗର ଥାନାରେ ଛାତ୍ରମାନେ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଛାତ୍ରମାନେ ଟାୟର ଜାଳି ପ୍ରତିବାଦ କରିଛନ୍ତି । କିନ୍ତୁ ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।
ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଉତେଜନା: ଠିକାଦାରଙ୍କ ସହ ଛାତ୍ରଙ୍କ ମାରପିଟ୍ କାରଣରୁ ଅସନ୍ତୋଷ
/kanak/media/post_attachments/wp-content/uploads/2023/03/38-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)