ପାଣି ପାଇପ୍ ଭିତରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ଜାରି : ନିରାପଦ ଥିବା ନେଇ ସୂଚନା । ଦିଆଗଲା ଅମ୍ଲଜାନ ଓ ଗ୍ଲୁକୋଜ, ପାଇପ କାଟୁଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀ

28

କନକ ବ୍ୟୁରୋ : ପାଇପ୍ ଲାଇନ୍ ଭିତରେ ଫସିରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଖାପାଖି ୪ ଘଂଟା ଧରି ନନ ଷ୍ଟପ ଅପରେସନ ଚାଲିଛି । କଟକ ପୁଲିସ ସିଗନାଲ ମୁଖ୍ୟାଳୟ ନିକଟରେ ପାଣି ପାଇପ ଭିତରେ ଠିକା ଶ୍ରମିକ ଜଣକ ଫସିଯାଇଛନ୍ତି । ପାଇପ ଭିତରକୁ ଅମ୍ଲଜାନ ଓ ଗ୍ଲୁକୋଜ ଦିଆଯାଇଛି । ବୃଦ୍ଧାକୁ ମାସ୍କ ଓ ଚଷମା ଦିଆଯାଇଛି । ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି ।

ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଉଦ୍ଧାର ଜାରି ରହିଛିି । କିଭଳି ବ୍ୟକ୍ତି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେ ନେଇ ଉଦ୍ୟମ ଚାଲିଛି । ଜିଲ୍ଲାପାଳଙ୍କ ସମତେ ସିମଏମସି କମିସନର ବିକାଶ ମହାପାତ୍ର ଘଟଣା ସ୍ଥଳରେ ଅଛନ୍ତ । ତେବେ ଶ୍ରମିକ ଜଣକ ପାଇପ ଭିତରେ କେମିତି ଫସିଲେ ଜଣାପଡିନଥିବା ବେଳେ ପାଇପ ସଫା କଲା ବେଳେ ଫସିଯାଇଥିବା ଅନୁମାନ କରାଯାଉଛି ।