ଅଭାବ ଭିତରେ ସ୍ୱପ୍ନ ପୁରଣ କରିବାକୁ ସଂଘର୍ଷ । ରାଜମିସ୍ତ୍ରୀରୁ ସଙ୍ଗୀତିକାର ପାଲଟିଛନ୍ତି ଆନନ୍ଦପୁର କାଠକଟା ଗାଁର ଦଶରଥ ହୋ

206

କନକ ବ୍ୟୁରୋ : ଦାରିଦ୍ରତାକୁ ପଛରେ ପକାଇ ନିଜ ସ୍ୱପ୍ନ ପୁରଣ କରିବାର ଝୁଙ୍କ୍ । ଭଲ ଘର ଖଣ୍ଡିଏ ନଥିବାବେଳେ ଅନଟନ ଭିତରେ ରହିଛି ପରିବାର । ହେଲେ ତାରି ଭିତରେ ନିଜକୁ ପ୍ରତିଷ୍ଠିତ କରିବାର ନିଶା । ପରିବାର ଚଳାଇବାକୁ ରାଜମିସ୍ତ୍ରୀ କାମ କରୁଛନ୍ତି । କିଛି ସମୟ୍ରରେ ବସରେ କଣ୍ଡକ୍ଟର ଭାବେ କାମ କରନ୍ତି । ହେଲେ ତା ସହିତ ନିଜ ନିଶାକୁ ଭୁଲି ନାହାନ୍ତି । ଆନନ୍ଦପୁର କାଠକଟା ଗାଁର ଦଶରଥ ହୋ । ନିଜେ କଣ୍ଠଦାନ କରିବା ସହ ଭବିଷ୍ୟତରେ ଜଣେ ଗୀତିକାର ହେବାର ନିଶା ରହିଥିଲା ତାଙ୍କର । ଆଉ ଏଥିପାଇଁ କଠିନ ଅଧ୍ୟବସାୟ ଜାରି ରଖିଛନ୍ତି । ଅଭାବ ଭିତରେ ବି ନିଜକୁ ପ୍ରତିଷ୍ଠିତ କରିବାର ପ୍ରୟାସ ଜାରି ରହିଛି ଦଶରଥଙ୍କର । ରୋଜଗାରର ଦୁଇ ପଇସା ସାଇତି ରଖି ସଂଗୀତ ପାଇଁ ବିଭିନ ସରଂଜାମ କିଣି ଗୀତ ସଂଯୋଜନାରୁ ନେଇ କିଛି ମ୍ୟୁଜିକ ଆଲବମ୍ ମଧ୍ୟ କରିଛନ୍ତି । ଏପରିକି ଅନେକ ଗୀତ ମଧ୍ୟ ଲେଖି ଚର୍ଚ୍ଚିତ ହୋଇଛନ୍ତି ଦଶରଥ ।

ଦଶରଥଙ୍କ ସଂଯୋଜନାରେ ଅନେକ ଗୀତ ଓ ମ୍ୟୁଜିକ ଆଲବମ୍ ତିଆରି କରିଛନ୍ତି । ତାଙ୍କ ସଂଯୋଜନାରେ ‘ପ୍ରେମଜାଲ’ଦର୍ଶକଙ୍କ ବେଶ ପସନ୍ଦ ପାଲଟିଛି । ଆଗକୁ ମଧ୍ୟ ନିଜ ସଂଯୋଜନାରେ ଅଧିକରୁ ଅଧିକ ଆଲବମ୍ କରିବାକୁ ଇଚ୍ଛା କରିଛନ୍ତି । ହେଲେ ଏନେଇ ତାଙ୍କୁ କିଛି ସାହାଯ୍ୟ ସହଯୋଗ କରାଯିବାକୁ କୁହନ୍ତି ପରିବାର ।

ଆଗକୁ ନିଜ ଉଦ୍ୟମ ଅଧ୍ୟବସାୟ ଜାରିରଖିବାକୁ ଇଚ୍ଛା ରଖି ଆଗକୁ ବଡୁଥିବା ଦଶରଥଙ୍କୁ କିଛି ସାହାଯ୍ୟ ସହଯୋଗ ଯୋଗାଇବା ଜରୁରୀ ହୋଇଛି ।