କନକ ବ୍ୟୁରୋ: ସ୍ୱାଭିମାନୀ ଓ ଆତ୍ମନିର୍ଭରଶୀଳ ସବିତା ସିଂ । ଅଭାବୀ ପରିବାର । ଝିଅକୁ ୯ବର୍ଷ, ପୁଅକୁ ୪ବର୍ଷର । ସ୍ୱାମୀ ମାର୍ବଲ ଦୋକାନରେ କାମ କରନ୍ତି । ଭଡା ଘରେ ରୁହନ୍ତି । କିନ୍ତୁ ପିଲାଙ୍କୁ ପାଠ ପଢ଼େଇ ବଡ ମଣିଷ କରିବାର ସ୍ୱପ୍ନ ଦେଖିଛନ୍ତି ସବିତା । ଆଉ ସ୍ୱାମୀଙ୍କ ସୀମିତ ରୋଜଗାରରେ ଘର ଚଳାଇବା କଷ୍ଟକର ହେବାରୁ ଯେଉଁ ଖାଦ୍ୟ ଦିନେ ମୋବାଇଲ ଦେଖି ଘରେ, ତିଆରି କରି ଖାଇବାକୁ ଦେଉଥିଲେ । ଆଜି ସେଇ ସଉକ ତାଙ୍କୁ ରୋଜଗାର ଦେଇଛି ।

Advertisment

ଜୁନଗଞ୍ଜରେ ଏକ ତେଲଭାଜି ଦୋକାନ କରି ମସଲା ବରା, ଆଳୁଚପ ଓ ବ୍ରେଡ ବିକ୍ରୀ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । କାହା ଆଗରେ ହାତ ପତେଇବାଠାରୁ ପରିଶ୍ରମ କରି ସମ୍ମାନ ସହ ବଂଚିବାକୁ ପସନ୍ଦ କରନ୍ତି । ଗ୍ରାହକ ମଧ୍ୟ ଅଳ୍ପ ଦାମରେ ସ୍ୱାଦିଷ୍ଟ ଖାଦ୍ୟ ଦେଉଥିବାରୁ ଗ୍ରାହକ ମଧ୍ୟ ବେଶ ସନ୍ତୁଷ୍ଟ ଥିବା କହିଛନ୍ତିି । ଦେଖନ୍ତୁ ସବିତାଙ୍କ କାହାଣୀ..