ଭୋଟ ସରିବା ପରେ ଷ୍ଟ୍ରଙ୍ଗରୁମ୍ ସୁରକ୍ଷା ଚିନ୍ତା : ମାଥିଲି ବ୍ଲକ ବାହାରେ ଜଗିିଛନ୍ତି ପ୍ରାର୍ଥୀ ଓ ସମର୍ଥକ

Advertisment
ଭୋଟ ସରିବା ପରେ ଷ୍ଟ୍ରଙ୍ଗରୁମ୍ ସୁରକ୍ଷା ଚିନ୍ତା : ମାଥିଲି ବ୍ଲକ ବାହାରେ ଜଗିିଛନ୍ତି ପ୍ରାର୍ଥୀ ଓ ସମର୍ଥକ

କନକ ବ୍ୟୁରୋ : ସରିଛି ନିର୍ବାଚନ । ଏବେ ଗଣତି ଦିନକୁ ଅପେକ୍ଷା । ଏହାରି ଭିତରେ କିନ୍ତୁ ପ୍ରାର୍ଥୀ ଓ ସମର୍ଥଙ୍କୁ ଘାରିଛି ଷ୍ଟ୍ରଙ୍ଗରୁମର ସୁରକ୍ଷା ଚିନ୍ତା । ଯାହା ପାଇଁ ନିଆଁ ଜାଳି ରାତି ଉଜାଗର ରହୁଛନ୍ତି ପ୍ରାର୍ଥୀ । ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଡେରା ପକାଇଛନ୍ତି ତମାମ୍ ପ୍ରାର୍ଥୀ ଓ କର୍ମୀ । ମାଲକାନଗିରି ଜିଲା ମାଥିଲି ବ୍ଲକରୁ ଆସିଛି ଏପରି ଦୃଶ୍ୟ । ସିସିଟିଭି ଓ ସୁରକ୍ଷା କର୍ମୀଙ୍କ ପଇଁତରା ପରେ ବି ପ୍ରାର୍ଥୀ ଓ କର୍ମୀଙ୍କ ମନକୁ ଭରସା ପାଉନି ।

publive-image

ଯାହା ପାଇଁ ଷ୍ଟ୍ରଙ୍ଗ ରୁମ୍ ବାହାରେ ରାତି ୯ ରୁ ସକାଳ ପର୍ଯ୍ୟନ୍ତ ଉଜାଗର ରହୁଛନ୍ତି ପ୍ରାର୍ଥୀ । ଓାର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲା ପରିଷଦ ପ୍ରାର୍ଥୀ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ରାତି କଟାଉଛନ୍ତି । ଆସନ୍ତା ୨୬ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ମାଥିଲି ବ୍ଲକର ୩ ଗୋଟି ଜୋନର ବାଲାଟ ପେପର ଗଣତି କରାଯିବ । ଭୋଟ ପେପର ନ ଗଣିବା ଯାଏଁ ଏପରି ରାତି ଉଜାଗର ରହି ଷ୍ଟ୍ରଙ୍ଗ ରୁମ ସମ୍ମୁଖରେ ସୁରକ୍ଷା ଲାଗି ଅପେକ୍ଷା କରିବେ ବୋଲି କହିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe