କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ସରିବା ପରେ ଏବେ ସମସ୍ତଙ୍କୁ ଘାରିଛି ଭୋଟବାକ୍ସ ଅଦଳବଦଳର ଭୟ । ଆଶା ଓ ଆଶଙ୍କାରେ ରହିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ଓ ସମର୍ଥକ । ତେଣୁ ଭୋଟଗଣତି ସରିବା ପୂର୍ବରୁ ଭୋଟବାକ୍ସ ଥିବା ଷ୍ଟ୍ରଙ୍ଗରୁମକୁ ଜଗ ରହିଛି ବିଜେପି ସମର୍ଥକ । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଷ୍ଟ୍ରଙ୍ଗରୁମ ଆଗରେ ଦେଖାଦେଇଛି ଏଭଳି ଦୃଶ୍ୟ ।

Advertisment

ଏହି ବ୍ଲକରେ ନିର୍ବାଚନ ସରିଛିି । ଭୋଟ ପରେ ଭୋଟବାକ୍ସ ସିଲ ହୋଇ ହରିଚନ୍ଦନପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ମହଲା ଘରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ରହିଛି । ସେହିଦିନ ରାତିରୁ ବିଜେପି ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକ ଜଗି ରହିଛନ୍ତି । ଦୁଇ ମହଲା ଘର ଉଚ୍ଚାର ଏକ ବାଉଁଶ ଭାଡି କରି ସେ ଉପରେ ବିଜେପି ସମର୍ଥକ ପହରା ଦେଉଛନ୍ତି ।

ସେପଟେ, ସରିଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ରହିଛି । ଏହାରି ଭିତରେ ବିଜେପିକୁ ଘାରିଛି ଷ୍ଟ୍ରଙ୍ଗରୁମ୍ ଚିନ୍ତା । ଗଞ୍ଜାମରେ ୧୫ଟି ବ୍ଲକରେ ନିର୍ବାଚନ ଶେଷ ହୋଇଥିବା ବେଳେ ସମସ୍ତ ଭୋଟ ବାକ୍ସ ବ୍ଲକରେ ଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ରଙ୍ଗେଇଲୁଣ୍ଡା ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଖୋଲା ଆକାଶ ତଳେ ବିଜେପି ପ୍ରାର୍ଥୀ ଓ ସମର୍ଥକମାନେ ଜଗି ବସିଛନ୍ତି ।