୫୭ ବର୍ଷରେ ମାଟ୍ରିକ୍ ପାସ୍ କରି ଚର୍ଚ୍ଚାରେ ମହିଳା : ଭଦ୍ରକ ଭଣ୍ଡାରୀ ପୋଖରୀର ସ୍ୱର୍ଣ୍ଣଲତା ପତିଙ୍କ ସଫଳତା; ସାମ୍ନାକୁ ଆସିଲା ଗାଁ ସ୍କୁଲ ପାଚିକାରୁ ଆଶା କର୍ମୀ ଯାଏଁ ସଂଘର୍ଷର କାହାଣୀ

224

କନକ ବ୍ୟୁରୋ : କଥାରେ କୁହାଯାଏ ପାଠ ପଢ଼ିବାକୁ ବୟସ କେବେ ବାଧାନୁହେଁ । ଏହି କଥାକୁ ସତ ପ୍ରମାଣ କରି ଦେଖାଇଛନ୍ତି ଜଣେ ୫୭ ବର୍ଷିୟା ଆଶା କର୍ମୀ । ୫୭ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷା ପରି ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କଂଟି ଗାଁର ସ୍ୱର୍ଣ୍ଣଲତା ପତି । ସ୍ୱର୍ଣ୍ଣଲତା ସପ୍ତମ ଶ୍ରେଣୀ ପାସ୍ କରି ଗାଁ ସ୍କୁଲରେ ପାଚିକା ଭାବେ ଅଳ୍ପ ଦରମାରେ କାମ କରୁଥିଲେ ।

ପରେ ୨୦୦୫ ମସିହାରେ ନିଜ ଗାଁରେ ଆଶା ଦିଦି ଚାକିରୀ ଖଣ୍ଡେ ପାଇ ବେଶ ଖୁସିଥିଲେ । କିନ୍ତୁ ପାଠ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା । ଏମିତି କି ପାଠର ମହତ୍ୱକୁ ବି ଠିକ୍ ବୁଝିଥିଲେ । ସେଥିପାଇଁ ସେ ତାଙ୍କ ପିଲାମାନଙ୍କୁ ପୋଷ୍ଟଗ୍ରାଜୁଏଟ କରିବାରେ ସମର୍ଥ ହୋଇଥିଲେ । ୨୭ ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇ ଦୁଃଖରେ ଭାଂଗି ପଡ଼ିଥିବା ସ୍ୱର୍ଣ୍ଣଲତା ନିଜ ଉଦ୍ୟମରେ ଦୁଇ ଦୁଇଥର ଜିଲ୍ଲାସ୍ତରରେ ଆଶା ଦିଦି ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ପରିବାର ଦାୟୀତ୍ୱ ଏବଂ ଚାକିରି, ଏହାରି ଭିତରେ ଏକ ସମନ୍ୱୟ ରଖି ପାଠ ପଢ଼ି ଚାଲିଥିଲେ । ଆଉ ଶେଷରେ ତାଙ୍କୁ ସଫଳତା ମିଳିଛି ।