ଷ୍ଟ୍ରଙ୍ଗରୁମ୍ ସୁରକ୍ଷା ଚିନ୍ତା । ସନ୍ଧ୍ୟାରୁ ପୋଲିସ ଛାଉଣୀରେ ରହିବ ଭୁବନେଶ୍ୱର ବିଜେପି କଲେଜ । ସେପଟେ ନୀଳଗିରିରେ ଷ୍ଟ୍ରଙ୍ଗରୁମ୍ ସିସିଟିଭି ବନ୍ଦ ନେଇ ଉତ୍ତେଜନା ।

284

କନକ ବ୍ୟୁରୋ: ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୋଲିସ ପ୍ରଶାସନକୁ ଷ୍ଟ୍ରଙ୍ଗରୁମ ଚିନ୍ତା । ପୋଲିସର କଡା ନଜରରେ ରହିଛି ଭୁବନେଶ୍ୱର ବିଜେପି କଲେଜ । ଅନ୍ୟପଟେ ଷ୍ଟ୍ରଙ୍ଗରୁମର ସିସିଟିଭି ବନ୍ଦ ହେବାକୁ ନେଇ ନୀଳଗିରିରେ ଉତେଜନା । ସୁରକ୍ଷା କର୍ମୀ ଓ ପୁଲିଂ ଅଧିକାରୀଙ୍କ ସହ କର୍ମୀଙ୍କ ମଧ୍ୟରେ ଏହାକୁ ଝଗଡା ଦେଖିବାକୁ ମିଳିଛି । ସିସଟିଭି ବନ୍ଦ କରି ଇଭିଏମ ଟ୍ୟାମ୍ପରିଂ କରଯାଉଥିବା ଅଭିଯୋଗ ଆଣିଛନ୍ତି କର୍ମୀ । ଯାହାକୁ ନେଇ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

ନିର୍ବାଚନ ସରିଥିଲେ ମଧ୍ୟ କର୍ମୀଙ୍କ ଆଖରେ ନିଦ ନାହିଁ । ଇଭିଏମ ଥିବା ଷ୍ଟ୍ରଙ୍ଗ୍ ରୁମକୁ ଜଗିଛନ୍ତି ବିଭିନ୍ନ ଦଳର କର୍ମୀ । ବାଲେଶ୍ୱର ନୀଳଗିରି ଷ୍ଟ୍ରଙ୍ଗ ରୁମ ବାହାରେ କର୍ମୀମାନେ ବସିଥିବା ବେଳେ ସିସିଟିଭି ବନ୍ଦ ହୋଇଥିବା ଅଭିଯୋଗ ହୋଇଛି । ଇଭିଏମଗୁଡିକ ସିସିଟିଭି ନଜରରେ ରହିଥିଲେ ମଧ୍ୟ କର୍ମୀମାନେ ବାହାରେ ରହି ସିସିଟିଭି ଉପରେ ନଜର ରଖିଛନ୍ତି । ଚଳିତ ବର୍ଷ ନୀଳଗିରିରେ ମୋଟ ୨୧୯ ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା । ଏସବୁ କେନ୍ଦ୍ରର ଇଭିଏମ ଏଠାରେ ରଖାଯାଇଛି ଥିବା ବେଳେ ଇଭିଏମ ବନ୍ଦ ହେବାକୁ ସନ୍ଦେହ ଚକ୍ଷୁରେ ଦେଖିଛନ୍ତି ବିଭିନ୍ନ ଦଳର କର୍ମୀ ।