ମୋଦୀଙ୍କ ମଙ୍ଗଳସୂତ୍ର ମନ୍ତବ୍ୟକୁ କଡା ଜବାବ । ସୋନିଆ, ଇନ୍ଦିରାଙ୍କ କଥା ଉଠାଇଲେ ପ୍ରିୟଙ୍କା

ମୋଦୀଙ୍କ ମଙ୍ଗଳସୂତ୍ର ମନ୍ତବ୍ୟକୁ କଡା ଜବାବ । ସୋନିଆ, ଇନ୍ଦିରାଙ୍କ କଥା ଉଠାଇଲେ ପ୍ରିୟଙ୍କା

କନକ ବ୍ୟୁରୋ: ମହିଳାଙ୍କ ମଙ୍ଗଳସୂତ୍ର ଭଳି ମୂଲ୍ୟବାନ ସାମଗ୍ରୀ ଅନ୍ୟ କାହାକୁ ଦେବାକୁ କଂଗ୍ରେସ ଯୋଜନା କରୁଛି । ରାଜସ୍ଥାନର ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ଏଭଳି ଦାବି କରିବା ପରେ କଡା ଜବାବ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ନିଜ ମା’ ସୋନିଆ ଗାନ୍ଧୀ, ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କ କଥା ଉଲ୍ଲେଖ କରି ପ୍ରିୟଙ୍କା କଡା ଜବାବ ଦେଇଛନ୍ତି । ମହିଳାଙ୍କ ସଂଘର୍ଷ ବିଷୟରେ ବିଜେପିର କୌଣସି ଧାରଣା ନାହିଁ ବୋଲି ସେ କହିଛନ୍ତି ।

ବେଙ୍ଗାଲୁରୁରେ ଏକ ରାଲିକୁ ସମ୍ବୋଧିତ କରି ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, କିଛି ଦିନ ହେବ କୁହାଯାଉଛି ଯେ କଂଗ୍ରେସ ଆପଣଙ୍କ ମଙ୍ଗଳସୂତ୍ର ଓ ସୁନା ଗହଣା ଛଡ଼ାଇ ନେବାକୁ ଚାହୁଁଛି । ଦେଶ ୭୦ ବର୍ଷ ଧରି ସ୍ୱାଧୀନ ରହିଛି ଏବଂ ୫୫ ବର୍ଷ ଧରି କଂଗ୍ରେସ ସରକାର ରହିଛି । ମଙ୍ଗଳସୂତ୍ର, କି ସୁନା କେହି ଛଡ଼ାଇ ନେଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ।

  • ମୋଦୀ ବୁଝିଛନ୍ତି କି ମଙ୍ଗଳସୂତ୍ରର ମହତ୍ୱ?
  • ପ୍ରଧାନମନ୍ତ୍ରୀଙ୍କୁ ଜବାବ ମାଗିଲେ ପ୍ରିୟଙ୍କା

୧୯୯୧ ମସିହାରେ ଶ୍ରୀଲଙ୍କା ତାମିଲ ଉଗ୍ରବାଦୀଙ୍କ ରାଜୀବ ଗାନ୍ଧୀ ହତ୍ୟାର ଶିକାର ହୋଇଥିଲେ । ସେହିପରି ଯୁଦ୍ଧ ବେଳେ ଇନ୍ଦିରା ଗାନ୍ଧୀ ଦେଶକୁ ସୁନା ଦେଇଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା । ତେବେ ମୋଦୀ ମଙ୍ଗଳସୂତ୍ରର ମହତ୍ତ୍ୱ ବୁଝିଛନ୍ତି କି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି । ପ୍ରିୟଙ୍କା କହିଛନ୍ତି, ପରିବାରରେ ମହିଳାଙ୍କ ଭୂମିକା ରହିଛି । ପରିବାର ଅସୁବିଧାରେ ପଡ଼ିଲେ ଅଳଙ୍କାର ବନ୍ଧକ ରଖନ୍ତି ମହିଳା । ପରିବାରର ଅନ୍ୟ ସଦସ୍ୟଙ୍କୁ ଖାଇବା ପରଷି ଆବଶ୍ୟକ ପଡିଲେ ଭୋକରେ ଶୋଇଥାନ୍ତି ବୋଲି ସେ କହିଛନ୍ତି ।

ଚାଷୀ ଋଣଭାରରେ ବୁଡ଼ିଗଲେ ତାଙ୍କ ପତ୍ନୀ ମଙ୍ଗଳସୂତ୍ର ବନ୍ଧକ ରଖିଥାନ୍ତି । ଯେତେବେଳେ ପରିବାରରେ ଝିଅର ବାହାଘର କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ, ସେତେବେଳେ ମହିଳା ଜଣକ ଗହଣା ବନ୍ଧକ ରଖନ୍ତି କହି ବର୍ଷିଛନ୍ତି ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୧ ରେ ରାଜସ୍ଥାନର ବାଂଶୱାଡାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ କଂଗ୍ରେସ "ଅନୁପ୍ରବେଶକାରୀ" ଏବଂ "ଯେଉଁମାନଙ୍କର ଅଧିକ ସନ୍ତାନ ଅଛନ୍ତି" ସେହି ଲୋକଙ୍କୁ ମୂଲ୍ୟବାନ ଜିନିଷ ଦେବାକୁ ଯୋଜନା କରିଛି । ତେବେ କଂଗ୍ରେସ ନେତା ପି ଚିଦାମ୍ବରମ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ତାଙ୍କ ମନ୍ତବ୍ୟ ଶାସକ ବିଜେପିର ପରାଜୟର ଭୟକୁ ଦର୍ଶାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe