ଶୀତଦିନ ପାଇଁ ବିଏମସି ଗାଇଡଲାଇନକୁ ଜୋରଦାର ବିରୋଧ : କ୍ୟାଟରିଂ, ଡିଜେ, ଲାଇଟ୍ ଆଣ୍ଡ ସାଉଣ୍ଡ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Advertisment
ଶୀତଦିନ ପାଇଁ ବିଏମସି ଗାଇଡଲାଇନକୁ ଜୋରଦାର ବିରୋଧ : କ୍ୟାଟରିଂ, ଡିଜେ, ଲାଇଟ୍ ଆଣ୍ଡ ସାଉଣ୍ଡ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କନକ ବ୍ୟୁରୋ : ଶୀତଦିନ ପାଇଁ ବିଏମସିର ନୂଆ ଗାଇଡ଼ ଲାଇନକୁ ଜୋରଦାର ବିରୋଧ । କରୋନା ସଂକ୍ରମଣକୁ ରୋକିବା ପାଇଁ ବିବାହ ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ଜଣରୁ ଅଧିକ ଉପସ୍ଥିତ ରହିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । ହେଲେ ଏହାକୁ ବିରୋଧ କରିଛନ୍ତି କ୍ୟାଟରିଂ, ଲାଇଟ-ସାଉଣ୍ଡ, ଟେଂଟ ହାଉସ ଓ ଡ଼ିଜେ ସଂଘ । ସରକାର ଜୀବନକୁ ଗୁରୁତ୍ୱ ଦେଇ ଜୀବିକା ଛଡ଼ାଇନେଉଥିବା ଏମାନେ ଅଭିଯୋଗ କରିଛନ୍ତି । ତେଣୁ ବିଏମସି ତାର ନିର୍ଦ୍ଦେଶନାମାର ପୁନର୍ବିଚାର କରୁ ବୋଲି ଦାବି କରିଛନ୍ତି ଏହି ସଂଗଠନ ଗୁଡ଼ିକ ।

ତେବେ ଜାରି ହୋଇଥିବା ଏସ୍‌ଓପି ମୁତାବକ, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଏଭଳି ଉତ୍ସବ ଆୟୋଜନ କରିବାକୁ ହେ‌ଲେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ସ୍ବୀକୃତି ନେବାକୁ ପଡ଼ିବ। ସ୍ବୀକୃତି ନେବା ସମୟରେ ଉତ୍ସବରେ ୫୦ ଲୋକ ଯୋଗ ଦେବେ ବୋଲି ସ୍ପଷ୍ଟ କରିବାକୁ ହେବ। ଉତ୍ସବ ହେଉଥିବା ଜାଗାର ୫୦ପ୍ରତିଶତ ବ୍ୟବହାର ହେବ, ବାକି ୫୦ପ୍ରତିଶତ ଚଳପ୍ରଚଳ ପାଇଁ ଫାଙ୍କା ରହିବ । ପ୍ରତ୍ୟେକଙ୍କ ଭିତରେ ଯେଭଳି ୬ଫୁଟ୍‌ର ବ୍ୟବଧାନ ରହିବ, ସେ ନେଇ ଆୟୋଜକ ନିଶ୍ଚିତ କରିବେ । ବୟସ୍କ, ଗର୍ଭବତୀ, ଶିଶୁ ତଥା ଅନ୍ୟାନ୍ୟ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏଭଳି ଉତ୍ସବରେ ଯୋଗ ଦେଇପାରିବେ ନାହିଁ ।

ଉତ୍ସବର କୌଣସି ସ୍ଥାନରେ ପାନଛେପ ପକାଇବେ ନାହିଁ । କେବଳ ଖାଇବା ସମୟ ଛଡ଼ା ଅତିଥିମାନେ ସବୁବେଳେ ମାସ୍କ ପିନ୍ଧିବେ। ଆୟୋଜକ ପ୍ରବେଶ ସ୍ଥାନରେ ଯଥେଷ୍ଟ ପରିମାଣରେ ସାନିଟାଇଜର୍‌ ଓ ଥର୍ମାଲ୍‌ ସ୍କ୍ରିନିଂ ବ୍ୟବସ୍ଥା କରିବେ । ଏହି ସବୁ ଉତ୍ସବସ୍ଥଳକୁ ନିୟମିତ ବିଏମ୍‌ସି ଓ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଏନ୍‌‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପରିଦର୍ଶନ କରିବେ । ଚଢ଼ଉ ସମୟରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେବା ନଜରକୁ ଆସିଲେ, ଆୟୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe