କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ନେଇ ଆଇଏମଡି ମହାନିର୍ଦ୍ଦେଶକଙ୍କ ତାଜା ସୂଚନା । ସକାଳ ୫ଟା ୩୦ ବେଳକୁ ଧାମରାଠୁ ୩୦ କିମି ଦୂରରେ ଥିବ ବାତ୍ୟା । ଆଉ ବଡ଼କଥା ହେଲା କି, ବାତ୍ୟାର ଶକ୍ତି ବଢ଼ିବାରେ ଲାଗିଛି । ବାତ୍ୟାସ୍ଥଳରେ ପବନର ବେଗ ୧୨୫ରୁ ୧୩୫ କିମି ରହିଛି । ଏହା ଆହୁରି ଅଧିକ ଘନିଭୁତ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ତେବେ ଲ୍ୟାଣ୍ଡଫଲ ବେଳେ ୧୫୫ରୁ ୧୬୫ କମି ବେଗରେ ପବନ ବହିପାରେ । ବର୍ତ୍ତମାନ ସୁଦ୍ଧା ଉପକୂଳରେ ପବନର ବେଗ ୬୫ରୁ ୭୫ କିମି ରହିଛି । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ପବନର ବେଗ ଧିରେ ଧିରେ ବଢ଼ିବ । କେତେକ ଅଞ୍ଚଳରେ ପବନ ଯୋଗୁ ଗଛ ଭାଙ୍ଗିଥିବା ଖବର ମିଳୁଛି । ବାତ୍ୟା ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/36.jpg)