କନକ ବ୍ୟୁରୋ : ଆଜି ସରକାର ଜାରି କରିଥିବା ଦୁଇ ପ୍ରକାର ତଥ୍ୟ ଅର୍ଥନୀତିର ସ୍ଥିତି କେତେ ଦୁର୍ବଳ ରହିଛି ତାହା ଜଣାଉଛି। ଗୋଟିଏ ପଟେ ଅଗଷ୍ଟରେ ଶିଳ୍ପ ଉତ୍ପାଦନ ହ୍ରାସ ପାଇଥିବା ବେଳେ ଅନ୍ୟପଟେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଗତ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ହାର ୬.୬୯ ପ୍ରତିଶତ ଥିଲା । ସେପ୍ଟେମ୍ବରରେ ତାହା ୭.୩୪ ପ୍ରତିଶତକୁ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ୧୦.୬୮ ପ୍ରତିଶତ ବଢ଼ିଛି । କେବଳ ପନିପରିବା ଦରରେ ୨୦.୭୩ ପ୍ରତିଶତ ଭଳି ବଡ଼ ଧରଣର ବୃଦ୍ଧି ହୋଇଥିଲା । ପୋଷାକ ଓ ଜୋତାର ମୂଲ୍ୟ ମଧ୍ୟ ୩.୦୪ ପ୍ରତିଶତ ବଢ଼ିଛି। ଦାନାଯୁକ୍ତ ଖାଦ୍ୟ ସାମଗ୍ରୀ ଦାମ୍ ୪.୬୮ ପ୍ରତିଶତ ବଢ଼ିଥିବା ବେଳେ ଡାଲି ୧୪.୬୭ ପ୍ରତିଶତ ମହଙ୍ଗା ହୋଇଛି ।

Advertisment

ଅନ୍ୟ ପକ୍ଷରେ, ଅଗଷ୍ଟରେ ଶିଳ୍ପ ଉତ୍ପାଦନରେ ୮ ପ୍ରତିଶତ ହ୍ରାସ ଘଟିଛି ଯାହା ଜୁଲାଇର ୧୦.୮ ପ୍ରତିଶତ ତୁଳନାରେ ସାମାନ୍ୟ ଉନ୍ନତ। ଏହି ମାସରେ ଖଣି କ୍ଷେତ୍ରରେ ଉତ୍ପାଦନ ୯.୮ ପ୍ରତିଶତ ହ୍ରାସ ପାଇଥିବା ବେଳେ ମାନୁଫାକ୍‌ଚରିଂ କ୍ଷେତ୍ରରେ ଉତ୍ପାଦନ ୮.୬ ପ୍ରତିଶତ କମିଛି । ବିଦ୍ୟୁତ ଉତ୍ପାଦନ ୧.୮ ପ୍ରତିଶତ, ପ୍ରାଥିମକ ସାମଗ୍ରୀ ୧୧.୧ ଓ କ୍ୟାପିଟାଲ୍ ଗୁଡସ୍‌ ଉତ୍ପାଦନ ୧୫.୪ ପ୍ରତିଶତ ହ୍ରାସ ପାଇଛି ।