ପରୀ ହତ୍ୟା ମାମଲାରେ ଏସଆଇଟିର ଛାନଭିନ ଜାରି: ବୋଥ୍ରା କହିଲେ, ଅଭିଯୁକ୍ତ ବିରୋଧରେ ମିଳିଛି ଯଥେଷ୍ଟ ପ୍ରମାଣ; ଯୌନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି ହତ୍ୟାକାଣ୍ଡ

ସେପଟେ ଅଭିଯୁକ୍ତର କରାଗଲା ସ୍ୱାସ୍ଥ୍ୟ ପରୀକ୍ଷା, ଆଜି ହେବ କୋର୍ଟ ଚାଲାଣ

235

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଛାନଭିନ୍ ଚଳାଇଛି ଏସଆଇଟି । ଆଜି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ଯୈ÷ାନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି ଅପରାଧ । ଅଭିଯୁକ୍ତ ବିରୋଧରେ ଯାହା ବି ତଥ୍ୟ ମିଳିବ ମିଡିଆ ସହ ସେୟାର କରାଯିବ ବୋଲି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ । ପ୍ରେସମିଟରେ ଏନେଇ ବିସ୍ତୃତ ତଥ୍ୟ ଦିଆଯିବ । ଅପରାଧର ପ୍ରମାଣ ମିଳିଛି । ଆଗକୁ ତଦନ୍ତ ଜାରି ରହିବ ବୋଲି କହିଛନ୍ତି ଏସଆଇଟି ମୁଖ୍ୟ । ସେପଟେ ପ୍ରମାଣ ପାଇଁ ଯେଉଁ ପୋଖରୀ ନିକଟରୁ ମୃତ ଦେହ ଉଦ୍ଧାର ହୋଇଥିଲା ତାହାକୁ ଶୁଖାଇବାକୁ ଯୋଜନା କରୁଛି ଏସଆଇଟି । ୩ଟି ମଟର ଲଗାଇ ପୋଖରୀରୁ ପାଣି ବାହାର କରାଯିବ ।

ସେପଟେ ଯଦୁପୁରରେ ଏସଆଇଟି ଟିମ୍ ପହଚିଂ ଅଭିଯୁକ୍ତ ମାଙ୍କ ସହ ଆଲୋଚନା କରିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତ ବିରୋଧରେ ୩୭୬ ଏ, ୩୭୬ ଏ , ବି , ୩୬୪ ଏବଂ ୩୦୨ ଧାରା ଲଗାଯାଇଛି । ସେହିପରି ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେଇ ତଦନ୍ତକୁ ବାଟବଣା କରିବା ଅଭିଯୋଗରେ ଆଇପିସିର ଧାରା ୨୦୧ ଲଗାଯାଇଛି । ପକସୋ ଆକ୍ଟର ଧାରା ୬ ମଧ୍ୟ ଅଭିଯୁକ୍ତ ବିରୋଧରେ ଲଗାଇଛି ଏସଆଇଟି ।