ଭୂକମ୍ପରେ ପୁଣି ଥରିଲା ରାଜଧାନୀ ଦିଲ୍ଲୀ । ରେକ୍ଟର ସ୍କେଲରେ ୬.୨ ତ୍ରୀବତା ରେକର୍ଡ, ଉତରଭାରତ ସମେତ ଆଫଗାନିସ୍ଥାନ, ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ

158

କନକ ବ୍ୟୁରୋ : ଦିଲ୍ଲୀ-ଏନସିଆର ସମେତ ଉତର ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେର୍କଡ ହୋଇଛି । ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ ଓ ଜମ୍ମୁ କାଶ୍ମୀରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ଥାନ ବୋଲି ନ୍ୟାସନାଲ ସେଂଟର ଫର ସିସ୍ମୋଲୋଜି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଭକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଦିଲ୍ଲୀ ଏବଂ ଏନସିଆରର ଲୋକମାନେ ଭୁମିକମ୍ପକୁ ଅନୁଭବ କରିଥିବା କହିଛନ୍ତି । ଭୂକମ୍ପ ଆସିବା ପରେ ଲୋକ ମାନେ ଘରୁ ବାହାରକୁ ଚାଲି ଆସିଥିଲେ । ଉତର ଭାରତ ସମେତ ପଡୋଶୀ ଦେଶ ପାକିସ୍ଥାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି ।