କନକ ବ୍ୟୁରୋ: ଦିଲ୍ଲୀ –ଏନସିଆରରେ ପୁଣି ଅନୁଭୂତ ହେଲା ଭୂକମ୍ପ ଝଟକା । ସୋମବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ୫.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହେଇଛି । ତେବେ ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ନେପାଳ ବୋଲି କୁହାଯାଉଛି । ତେବେ ଗତ ଚାରି ଦିନ ଭିତରେ ଦିଲ୍ଲୀ-ଏନସିଆରରେ ଏହା ଦ୍ୱିତୀୟ ଭୂକମ୍ପ ଝଟକା ଅନୁଭୂତ ହେଇଛି ।

Advertisment

ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହେଇଛି । ଅପରାହ୍ନ ୪ଟା ୧୮ ମିନିଟ୍ ସମୟରେ ଏହି ଭୂକମ୍ପ ଝଟକା ଅନୁଭବ କରିଛନ୍ତି ସାଧାରଣ ଲୋକ ।

ଏହା ପୂର୍ବରୁ ଶୁକ୍ରବାର ରାତିରେ ମଧ୍ୟ ଭୂକମ୍ପ ଝଟକା ଦେଖିବାକୁ ମିଳିଥିଲା । ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସେହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ରହିଥିଲା ୬.୪ । ରାତି ପ୍ରାୟ ସାଢେ ୧୧ଟା ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହେଇତିଲା ।